ଲକ୍ଷ୍ନୌ: ପାକିସ୍ତାନ ଭାରତରେ ମିଶିବ, ନହେଲେ ଇତିହାସରୁ ସବୁଦିନ ପାଇଁ ଲିଭିଯିବ । ଲକ୍ଷ୍ନୌର ବିଭାଜନ ବିଭୀଷକା ସ୍ମୃତି ଦିବସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଭଳି କହିଛନ୍ତି। ସେ ଆହୁରି କହିଛନ୍ତି ମହର୍ଷି ଅରୋବିନ୍ଦ ୧୯୪୭ ମସିହାରେ ଘୋଷଣା କରିଥିଲେ ଯେ ଆଧ୍ୟାତ୍ମିକ ଜଗତରେ ପାକିସ୍ତାନର କୌଣସି ବାସ୍ତବତା ନାହିଁ।
ତାଙ୍କ କହିବା ମୁତାବକ, "ଆଧ୍ୟାତ୍ମିକ ଜଗତରେ ପାକିସ୍ତାନର ପ୍ରକୃତ ରୂପ ନାହିଁ, ତେଣୁ ତା’ର ବିନାଶ ହିଁ ହେବ। ଏହା ଘଟିବ ବୋଲି ଆମକୁ ବିଶ୍ବାସ କରିବା ଉଚିତ୍। କିନ୍ତୁ ଆମେ ମଧ୍ୟ ଏଥିପାଇଁ ପ୍ରସ୍ତୁତ ହେବା ଉଚିତ୍। ଆମକୁ ସେହି ଭୁଲଗୁଡ଼ିକୁ ସଂଶୋଧନ କରିବାକୁ ପଡିବ ଯାହା ବିଦେଶୀ ଆକ୍ରମଣକାରୀଙ୍କୁ ଭାରତରେ ପ୍ରବେଶ କରିବାକୁ ତଥା ଭାରତର ତୀର୍ଥସ୍ଥାନର ପବିତ୍ର ସ୍ଥାନଗୁଡ଼ିକୁ ଧ୍ୱଂସ କରିବାକୁ ଅନୁମତି ଦେଇଛି। ଆମକୁ ଏହି ସମସ୍ତ ତ୍ରୁଟିକୁ ସୁଧାରିବାକୁ ହେବ। ସେଥିପାଇଁ ଆମକୁ ଏକଜୁଟ ହୋଇ କାମ କରିବା ହେବ।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/t-132.jpg)