ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ବଡ଼ ଘୋଷଣା: ଆନ୍ଧ୍ରପ୍ରଦେଶରେ ଲାଗୁ ହେବ ନାହିଁ ଏନ୍ଅ‌ାରସି

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍(ସିଏଏ) ଓ ଜାତୀୟ ନାଗରିକତା ପଞ୍ଜିକା(ଏନ୍ଆରସି)କୁ ନେଇ ଏବେ ଦେଶର ବିଭିନ୍ନ କୋଣରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହା କମିବା ପରିବର୍ତ୍ତେ ଧିରେ ଧିରେ ବଢ଼ିବାରେ ଲାଗିଛି। ବିଶେଷ କରି ଦିଲ୍ଲୀ, ଉତ୍ତରପ୍ରଦେଶ ଓ କର୍ଣ୍ଣାଟକରେ ବି‌କ୍ଷୋଭକାରୀମାନେ ନିଜର ଆନ୍ଦୋଳନ ଜାରି ରଖିଛନ୍ତି। ତେବେ ଏଭଳି ପରିସ୍ଥିତିରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏକ ବଡ଼ ଘୋଷଣା କରିଛନ୍ତି।

Image result for cm-ys-jagan-mohan-reddy-said-nrc-will-not-implement-it-in-the-state
India.com

ସୋମବାର ଏକ ବୈଠକ‌ରେ ଯୋଗ ଦେଇ ଆନ୍ଧ୍ରପ୍ରଦେଶରେ ଏନ୍ଆରସି ଲାଗୁ ହେବାକୁ ଦିଆଯିବ ନାହିଁ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଜଗନ । କେତେକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରି ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବା ବେଳେ ସେ ଏହି ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି । ତାଙ୍କ କହିବା ମୁତାବକ, ସୋମବାର ସଂଖ୍ୟାଲଘୁ ସମୁଦାୟର କିଛି ଲୋକ ମୋ ପାଖକୁ ଆସି ଏନ୍ଆରସି ଉପରେ ବୟାନ ଦେବା ପାଇଁ ମୋତେ ଅନୁରୋଧ କରିଥିଲେ।  ରାଜ୍ୟ ସରକାର ଏନ୍ଆରସିକୁ ସମର୍ଥନ କରିବ ନାହିଁ ବୋଲି ମୁଁ ସେମାନଙ୍କୁ ସ୍ପଷ୍ଟ ଭାବେ କହିଥିଲି। ଆମ ସରକାର ରାଜ୍ୟରେ ଏନ୍ଆରସିକୁ ଲାଗୁ ହେବାକୁ ଦେବ ନାହିଁ। ଏହାକୁ ସମର୍ଥନ କରିବାର କୌଣସି ପ୍ରଶ୍ନ ଉଠୁ ନାହିଁ ବୋଲି କହିଛନ୍ତି ଜଗନ। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଘୋଷଣା ପରେ ଆନ୍ଧ୍ରବାସୀଙ୍କ ମନରେ ଖୁସିର ଲହରୀ ଖେଳିଛି।

ସମ୍ବନ୍ଧିତ ଖବର