ଦିଲ୍ଲୀ-ଡେରାଡୁନ ଶତାବ୍ଦୀ ଏକ୍ସପ୍ରେସ କୋଚରେ ଲାଗିଲା ନିଆଁ, ୩୫ ଯାତ୍ରୀଙ୍କୁ କରାଗଲା ସ୍ଥାନାନ୍ତର

ନୂଆଦିଲ୍ଲୀ: ଦିଲ୍ଲୀରୁ ଡେରାଡୁନ ଯାଉଥିବା ଶତାବ୍ଦୀ ଏକ୍ସପ୍ରେସର କୋଚରେ ନିଆଁ ଲାଗିଥିବା ଜଣାପଡ଼ିଛି। ପ୍ରାଥମିକ ସୂଚନାରୁ ସର୍ଟସର୍କିଟ ପାଇଁ ଟ୍ରେନରେ ନିଆଁ ଲାଗିଥିବା ସାମ୍ନାକୁ ଆସିଛି। ସବୁଠାରୁ ବଡ଼ କଥା ହେଲା ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି। ନିଆଁ ଲାଗିଥିବା କୋଚରେ ଯାତ୍ରା କରୁଥିବା ସମସ୍ତ ୩୫ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିଦିଆଯାଇଛି। ରାୟବାଲା ଏବଂ କଂସରାବ ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଟ୍ରେନର ୮ନମ୍ବର କୋଚରେ ନିଆଁ ଲାଗିଥିବା ଜଣାପଡ଼ିଛି। ତେବେ ଏହି ଘଟଣା ପରେ ନିଆଁ ଲାଗିଥିବା କୋଚକୁ ଟ୍ରେନରୁ ଅଲଗା କରିଦିଆଯାଇଛି।

indiatoday

ମିଳିଥିବା ସୂଚନା ମୁତାବକ, ଦିନ ୧୨ଟା ୨୦‌ରେ ଦିଲ୍ଲୀରୁ ଡେରାଡୁନ ଯାଉଥିବା ଟ୍ରେନର ୮ନମ୍ବର କୋଚରେ ନିଆଁ ଲାଗିଥିଲା। ଏ ନେଇ ସୂଚନା ମିଳିବା ପରେ ନିଆଁ ଲାଗିଥିବା କୋଚକୁ ଟ୍ରେନରୁ ଅଲଗା କରିଦିଆଯିବା ସହ ୩୫ଜଣ ଯାତ୍ରୀଙ୍କୁ ଅନ୍ୟ କୋଚକୁ ସ୍ଥାନାନ୍ତର କରିଦିଆଯାଇଥିଲା। ବର୍ତ୍ତମାନ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଆସି ନିଆଁକୁ ଆୟତ୍ତ କରିଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ସମ୍ବନ୍ଧିତ ଖବର