ନୂଆଦିଲ୍ଲୀ : କୋଇଲା ଦୁର୍ନୀତି ମାମଲାରେ ଆଜି ପୂର୍ବତନ କୋଇଲା ସଚିବ ଏଚ୍ସି ଗୁପ୍ତାଙ୍କୁ ୩ ବର୍ଷ ଜେଲ୍ଦଣ୍ଡ ହୋଇଛି। ମହାରାଷ୍ଟ୍ରର ଏକ କୋଇଲା ବ୍ଲକ୍କୁ ନାଗପୁରର ଏକ ଘରୋଇ କମ୍ପାନିକୁ ଆବଣ୍ଟନରେ ହୋଇଥିବା ଅନିୟମିତତା ପାଇଁ ଗୁପ୍ତାଙ୍କୁ ଜେଲ୍ ହୋଇଛି। ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ସ୍ବତନ୍ତ୍ର ବିଚାରପତି ଅରୁଣ ଭରଦ୍ବାଜ ମଧ୍ୟ କୋଇଲା ମନ୍ତ୍ରାଳୟର ପୂର୍ବତନ ଯୁଗ୍ମ ସଚିବ କେଏସ୍ କ୍ରୋଫାଙ୍କୁ ଏହି ମାମଲାରେ ୨ ବର୍ଷ ଜେଲ୍ଦଣ୍ଡ ଦେଇଛନ୍ତି ଏବଂ ତାଙ୍କ ଉପରେ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ଅନ୍ୟପକ୍ଷେ ଗୁପ୍ତାଙ୍କ ଉପରେ କୋର୍ଟ ୧ ଲକ୍ଷ ଜରିମାନା କରିଛନ୍ତି। ସେହିପରି ଦୋଷୀସାବ୍ୟସ୍ତ କମ୍ପାନି ଗ୍ରେସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଜିଆଇଏଲ)ର ନିର୍ଦ୍ଦେଶକ ମୁକେଶ ଗୁପ୍ତାଙ୍କୁ ମଧ୍ୟ କୋର୍ଟ ୪ ବର୍ଷ ଜେଲ୍ ଦଣ୍ଡାଦେଶ କରିଛନ୍ତି। ମୁକେଶ ଗୁପ୍ତାଙ୍କୁ କୋର୍ଟ ୨ ଲକ୍ଷ ଜରିମାନା କରିଛନ୍ତି ଏବଂ କମ୍ପାନି ଉପରେ ପୃଥକ୍ ଭାବେ ୨ ଲକ୍ଷ ଜରିମାନା କରିଛନ୍ତି।
କୋଇଲା ଦୁର୍ନୀତି ମାମଲା: ପୂର୍ବତନ କୋଇଲା ସଚିବଙ୍କୁ ୩ ବର୍ଷ ଜେଲ୍ଦଣ୍ଡ
/sambad/media/post_attachments/wp-content/uploads/2022/08/564hsf654hsf654hsf65465.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)