କୋଲ୍ ଇଣ୍ଡିଆ ପୂରଣ କରିବ ୯୦୦୦ ପଦବୀ, ଏଥିରେ ରହିଛି ଏକଜିକ୍ୟୁଟିଭ ଶ୍ରେଣୀର ୪୦୦୦ ପଦବୀ

ନୂଆଦିଲ୍ଲୀ: ଭରତର ଦ୍ୱିତୀୟ ବୃହତ୍ତମ ସରକାରୀ ଉଦ୍ୟୋଗ କୋଲ-ଇଣ୍ଡିଆ ଓ ଏହାର ସହାୟକ କଂପାନି ୯୦୦୦ ପଦବୀ ପୂରଣ କରିବାକୁ ଯାଉଛି । ଏହି ପଦବୀ ମଧ୍ୟରୁ ୪୦୦୦ ପଦବୀ ଏକଜିକ୍ୟୁଟିଭ ଶ୍ରେଣୀରେ ହୋଇଥିବା ବେଳେ ଅନ୍ୟ ୫୦୦୦ ପଦ ବିଭିନ୍ନ ଅଣ-ଏକଜିକ୍ୟୁଟିଭ ଶ୍ରେଣୀର  ହୋଇଥିବା ଜଣାପଡ଼ିଛି ।

ଏହି ୫୦୦୦ ପଦବୀ ମଧ୍ୟରୁ କେବଳ ୬୫୦ଟି ପଦବୀ ଅଣ-ସଂରକ୍ଷିତ । ସେହିପରି ଏଥିମଧ୍ୟରୁ ୨୩୦୦ ପଦବୀ ବିଭିନ୍ନ କୋଲ ଇଣ୍ଡିଆ ପ୍ରକଳ୍ପରେ ଜମି ହରାଇଥିବା ପରିବାରର ସଦସ୍ୟଙ୍କ ଲାଗି ଉଦ୍ଦିଷ୍ଟ । ଏଥିସହ ୨୩୫୦ଟି ପଦବୀ ଅବସର ପୂର୍ବରୁ ମୃତ୍ୟୁବରଣ କରିଥିବା କୋଲ୍-ଇଣ୍ଡିଆ କର୍ମଚାରୀଙ୍କ ପରିବାରର ସଦସ୍ୟଙ୍କ ଲାଗି ସଂରକ୍ଷିତ ରହିଛି ।

ଏକଜିକ୍ୟୁଟିଭ ଶ୍ରେଣୀର ୯୦୦ଟି ପଦବୀ ଲାଗି ନିଯୁକ୍ତି ଗଣମାଧ୍ୟମରେ ଜରିଆରେ ବିଜ୍ଞାପନ ପ୍ରକାଶ କରାଯିବ । କନିଷ୍ଠ ଶ୍ରେଣୀର ଏହି ପଦବୀ ପୂରଣ ଲାଗି ସାକ୍ଷାତକାରଭିତ୍ତିକ ପରୀକ୍ଷା ଅନୁଷ୍ଠିତ ହେବ । ୪୦୦ ଏକଜିକ୍ୟୁଟିଭ ପଦବୀ କ୍ୟାମ୍ପସ ସିଲେକ୍ସନ୍ ଜରିଆରେ କରାଯିବାକୁ ଥିବା ବେଳେ ୨୨୦୦ ପଦବୀ ପ୍ରତିଯୋଗିତାମୂଳକ ପରୀକ୍ଷା ଜରିଆରେ କରାଯିବ।

କୋଲ-ଇଣ୍ଡିଆ ଓ ଏହାର ସହାୟକ କମ୍ପାନିରେ ୨୮୦୦୦୦ କର୍ମଚାରୀ ନିୟୋଜିତ ଅଛନ୍ତି । ଗତ ୩ ବର୍ଷ ମଧ୍ୟରେ କୋଲ୍-ଇଣ୍ଡିଆରୁ ୩୭,୦୦୦ କର୍ମଚାରୀ ଅବସର ଗ୍ରହଣ କରିଛନ୍ତି ।

ସମ୍ବନ୍ଧିତ ଖବର