ବର୍ଦ୍ଧମାନ : ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲା କୁଲଟିଠାରେ ଥିବା ଏକ କୋଇଲା ଖଣି ଭୁସୁଡ଼ିପଡ଼ିବାରୁ କିଛି ଲୋକ ପୋତିହୋଇ ଫସିରହିଥିବା ଖବର ହସ୍ତଗତ ହୋଇଛି । ଫସି ରହିଥିବା ଲୋକମାନଙ୍କ ଅବସ୍ଥା ସଂପର୍କରେ କୌଣସି ସୂଚନା ମିଳିପାରିନଥିବାବେଳେ ସେମାନଙ୍କୁ ଉଦ୍ଧାର ଲାଗି ଉଦ୍ୟମ କରାଯାଉଛି ।

Advertisment

କୋଇଲା ଖଣିଟି କେନ୍ଦ୍ର ସରକାରୀ ଉଦ୍ୟୋଗ ଭାରତ କୋକିଂ କୋଲ ଲିଃ (ବିସିସିଏଲ)ର ବୋଲି ଜଣାପଡ଼ିଛି । ତେବେ କୋଇଲା ଖଣିଟି ବନ୍ଦ ଥିବାବେଳେ କିଛି ସ୍ଥାନୀୟ ଲୋକ କୋଇଲା ଚୋରି ପାଇଁ ଖଣି ଭିତରକୁ ଯାଇଥିଲେ । ଏହି ସମୟରେ ଖଣିର ଉପର ଛାତ ଖସିପଡ଼ିଥିଲା । ଫଳରେ ଚୋରି କରୁଥିବା ଲୋକମାନେ ପୋତି ହୋଇଯାଇଥିଲେ । ତେବେ ଖଣି ଭିତରେ କେତେ ଲୋକ ଫସି ରହିଛନ୍ତି ସେ ସଂପର୍କରେ କୌଣସି ତଥ୍ୟ ମିଳିପାରିନାହିଁ । ଘଟଣାସ୍ଥଳରେ ପୁଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଛନ୍ତି ।

ବିଜେପି କାଉନସିଲର ଲାଲାନ ମେହେରା କହିଛନ୍ତି, "ଯେଉଁ ଲୋକମାନେ ଖଣିରେ ଫସି ରହିଛନ୍ତି, ସେମାନେ ସମସ୍ତେ ସ୍ଥାନୀୟ ଲୋକ। ସେମାନେ ବେରୋଜଗାର, ଯାହାର ଘରୋଇ ଖର୍ଚ୍ଚ କୋଇଲା ଖୋଳିବାରୁ ଆୟ ଉପରେ ନିର୍ଭର କରେ । ତେବେ ତୃଣମୂଳ କଂଗ୍ରେସ ବେଆଇନ କୋଇଲା ବେପାରକୁ ପ୍ରେତ୍ସାହିତ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ତେବେ ତୃଣମୂଳ ପକ୍ଷରୁ ମଧ୍ୟ ସମାନ ଅଭିଯୋଗ ବିଜେପି ଉପରେ କରାଯାଇଛି ।