ଜୁନ୍‌ରେ କୋଇଲା ଉତ୍ପାଦନରେ ୩୨.୫୭% ବୃଦ୍ଧି

୬୭.୫୯ ମିଲିୟନ୍ ଟନ୍ କୋଇଲା ଉତ୍ପାଦନ

ଭୁବନେଶ୍ବର : ଭାରତର କୋଇଲା ଉତ୍ପାଦନ ଜୁନ୍ ୨୦୨୧ ରେ ୫୦.୯୮ ମିଲିୟନ୍ ଟନ୍ (ଏମ୍‌ଟି) ଥିବା ବେଳେ ଜୁନ୍ ୨୦୨୨ ରେ ତାହା ୩୨. ୫୭ ପ୍ରତିଶତ ବୃଦ୍ଧି ପାଇ ୬୭.୫୯ ଏମ୍‌ଟିରେ ପହଞ୍ଚିଛି। କୋଇଲା ମନ୍ତ୍ରଣାଳୟର ଅସ୍ଥାୟୀ ପରିସଂଖ୍ୟାନ ଅନୁସାରେ ଚଳିତ ବର୍ଷ ଜୁନ୍ ମାସରେ, କୋଲ୍ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍‌), ସିଙ୍ଗାରେନୀ କୋଲିଆରିଜ୍ କମ୍ପାନୀ ଲିମିଟେଡ୍ (ଏସ୍‌ସିସିଏଲ୍‌) ଏବଂ କାପଟିଭ୍‌ କୋଇଲା ଖଣିଗୁଡ଼ିକ ୫୧.୫୬ ଏମ୍‌ଟି, ୫.୫୬ ଏମ୍‌ଟି ଏବଂ ୧୦.୪୭ ଏମ୍‌ଟି ଉତ୍ପାଦନ କରି ଯଥାକ୍ରମେ ୨୮.୮୭ ପ୍ରତିଶତ, ୫.୫୦ ପ୍ରତିଶତ ଏବଂ ୮୩.୫୩ ପ୍ରତିଶତର ଅଭିବୃଦ୍ଧି ଉଲ୍ଲେଖ କରିଛନ୍ତି । ଶୀର୍ଷ ୩୭ଟି କୋଇଲା ଖଣିଗୁଡ଼ିକ ମଧ୍ୟରୁ ୨୨ଟି ଖଣିରୁ ୧୦୦ ପ୍ରତିଶତରୁ ଅଧିକ ଉତ୍ପାଦନ କରାଯାଇଥିବା ବେଳେ ଅନ୍ୟ ନଅଟି ଖଣି ଗୁଡିକର ଉତ୍ପାଦନର ପରିମାଣ ୮୦ ରୁ ୧୦୦ ପ୍ରତିଶତ ମଧ୍ୟରେ ରହିଛି।

ସମାନ ସମୟରେ , ଅର୍ଥାତ୍ ଜୁନ୍ ୨୦୨୨ରେ କୋଇଲା ଯୋଗାଣରେ ୨୦.୬୯ ପ୍ରତିଶତ ବୃଦ୍ଧି ଘଟି ୭୫.୪୬ ଏମ୍‌ଟିରେ ପହଞ୍ଚିଛି। ଅପରପକ୍ଷରେ ଜୁନ୍ ୨୦୨୧ରେ ଏହି ଯୋଗାଣର ପରିମାଣ ୬୨.୫୩ ଏମ୍‌ଟି ରହିଥିଲା । ଜୁନ୍ ୨୦୨୨ ସମୟରେ ସିଆଇଏଲ୍ ଏବଂ ଆବଦ୍ଧ କୋଇଲା ଖଣି ଓ ଅନ୍ୟ କ୍ଷେତ୍ରରୁ ଯଥାକ୍ରମେ ୫୮.୯୮ ଏବଂ ୧୧.୦୫ ଏମ୍‌ଟି କୋଇଲା ପଠାଇ ଏହି କ୍ଷେତ୍ରରେ ୧୫.୨୦ ପ୍ରତିଶତ ଏବଂ ୮୮.୨୩ ପ୍ରତିଶତ ଅଭିବୃଦ୍ଧି ଉଲ୍ଲେଖ କରିଛନ୍ତି । ଏସ୍‌ସିସିଏଲ୍ ଏହି ମାସରେ ୦.୪୬ ପ୍ରତିଶତର ନକାରାତ୍ମକ ବୃଦ୍ଧି କରିଛି। ବିଦ୍ୟୁତ୍‌ର ଚାହିଦା କ୍ଷେତ୍ରରେ ଅଭିବୃଦ୍ଧି କାରଣରୁ ଜୁନ୍ ୨୦୨୧ରେ ୪୯.୬୨ ଏମ୍‌ଟି ତୁଳନାରେ ଏହି ବର୍ଷ ଜୁନ୍ ମାସରେ ବିଦ୍ୟୁତ୍ ଉପଯୋଗିତା ଯୋଗାଣ କ୍ଷେତ୍ରରେ ୩୦.୭୭ ବୃଦ୍ଧି ଘଟି ୬୪.୮୯ ଏମ୍‌ଟି ହୋଇଛି।

ଜୁନ୍ ୨୦୨୧ ତୁଳନାରେ ଜୁନ୍ ୨୦୨୨ରେ କୋଇଲା ଆଧାରିତ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ୨୬.୫୮ ପ୍ରତିଶତର ଅଭିବୃଦ୍ଧି ଘଟିଛି । ଜୁନ୍ ୨୦୨୨ରେ ମୋଟ ବିଦ୍ୟୁତ୍ ଉତ୍ପାଦନ ୨୦୨୧ ତୁଳନାରେ ୧୭.୭୩ ପ୍ରତିଶତ ଅଧିକ ରହିଛି। ଅନ୍ୟ ପକ୍ଷରେ କୋଇଲା ଆଧାରିତ ବିଦ୍ୟୁତ୍ ଉତ୍ପାଦନ ମେ ୨୦୨୨ରେ ୯୮୬୦୯ ଏମ୍‌ୟୁ ତୁଳନାରେ ଜୁନ୍ ୨୦୨୨ରେ ୯୫୮୮୦ ଏମ୍‌ୟୁ ରହିଛି । ଏହି କ୍ଷେତ୍ରରେ ୨.୭୭ ପ୍ରତିଶତ ନକାରାତ୍ମକ ବୃଦ୍ଧି ହୋଇଛି। ମୋଟ ବିଦ୍ୟୁତ୍ ଉତ୍ପାଦନ ମଧ୍ୟ ଜୁନ୍ ୨୦୨୨ରେ ହ୍ରାସ ପାଇ ୧୩୮୯୯୫ ଏମ୍‌ୟୁ ହୋଇ ଯାଇଛି, ଯାହା ମେ ୨୦୨୨ ରେ ୧୪୦୦୫୯ ଏମ୍‌ୟୁ ଥିଲା ଏବଂ ଏଥିରେ ୦.୭୬ ପ୍ରତିଶତ ନକାରାତ୍ମକ ବୃଦ୍ଧି ଘଟିଛି ।

ସମ୍ବନ୍ଧିତ ଖବର