କୋଇଲା ଦୁର୍ନୀତି : ପୂର୍ବତନ କୋଇଲା ସଚିବଙ୍କୁ ୩ ବର୍ଷ ଜେଲ

ନୂଆଦିଲ୍ଲୀ : ଦିଲ୍ଲୀର ପାତିଆଲା ହାଉସ କୋର୍ଟର ସ୍ୱତନ୍ତ୍ର ସିବିଆଇ କୋର୍ଟ ଆଜି କୋଇଲା ଦୁର୍ନୀତି ମାମଲାରେ ଦଣ୍ଡବିଧାନ ଘୋଷଣା କରିଛନ୍ତି । ସ୍ୱତନ୍ତ୍ର ସିବିଆଇ ଜଜ୍‌ ଭାରତ ପରାଶର ଏହି ମାମଲରେ ଦୁର୍ନୀତି ଓ ଅପରାଧିକ ଷଡଯନ୍ତ୍ର ଅଭିଯୋଗରେ ପୂର୍ବତନ କୋଇଲା ସଚିବ ଏଚସି ଗୁପ୍ତା, ପୂର୍ବ ସଂଯୁକ୍ତ ସଚିବ କେଏସ କ୍ରୋଫା ଓ ପୂର୍ବ ନିର୍ଦ୍ଦେଶକ କେସି ସମରିଆଙ୍କୁ ୩ବର୍ଷ ଜେଲ ଦଣ୍ଡ ପ୍ରଦାନ କରିଛନ୍ତି ।

ଏହାଛଡା କୋର୍ଟ ଏହି ତିନିଜଣଙ୍କ ଉପରେ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଲଗାଇଛନ୍ତି । ସେହିପରି ଘରୋଇ କମ୍ପାନି ବିକାଶ ମେଟାଲ୍ସ ଏଣ୍ଡ ପାଓ୍ଵାଲ ଲିମିଟେଡର ପ୍ରମୋଟର ବିକାଶ ପଟନୀ ଓ ତାଙ୍କ ସହଯୋଗୀ ଆନନ୍ଦ ମଲିକଙ୍କୁ ୪ ବର୍ଷ ଲେଖାଏଁ ଜେଲ ଦଣ୍ଡ ଶୁଣାଇଛନ୍ତି ।

ଏହି ମାମଲାର ଶୁଣାଣି ବେଳେ ସିବିଆଇର ଓକିଲ କୋର୍ଟଙ୍କୁ ଜଣାଇଥିଲେ ଯେ ସାକ୍ଷୀମାନେ ଯେପରି କୋର୍ଟ ପର୍ଯ୍ୟନ୍ତ ପହଞ୍ଚି ନପାରିବେ, ସେଥିଲାଗି ଅଭିଯୁକ୍ତମାନେ ସବୁ ପ୍ରକାରର ଉଦ୍ୟମ କରିଥିଲେ । ଦେଶର ସମ୍ପତ୍ତି ଲୁଟ କରିବା ପାଇଁ ଏମାନେ ଉଦ୍ୟମ କରିଥିଲେ । ଏଣୁ ଏମାନଙ୍କୁ ଅଧିକରୁ ଅଧିକ ଦଣ୍ଡବିଧାନ ହେଉ ।

ସମ୍ବନ୍ଧିତ ଖବର