କୋଲକାତା: କୋଇଲା ଚୋରା ଚାଲାଣ ମାମଲାରେ ପଶ୍ଚିମବଙ୍ଗର ଆଇପିଏସ୍ ଅଧିକାରୀ ଜ୍ଞାନବନ୍ତ ସିଂଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା କରୁଥିବା ଜଣାଯାଇଛି।
ଜ୍ଞାନବନ୍ତ ସିଂ ସିଂ ବର୍ତ୍ତମାନ ପଶ୍ଚିମବଙ୍ଗ ପୁଲିସର ଅପରାଧ ଅନୁସନ୍ଧାନ ବିଭାଗ (ସିଆଇଡି) ରେ ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଭାବରେ କାର୍ଯ୍ୟରତ ଅଛନ୍ତି।
ସୂତ୍ରରୁ ଜଣାଯାଇଛି ଯେ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ଅନୁଯାୟୀ ଅନୁସନ୍ଧାନକାରୀ ଦଳଙ୍କ ଦ୍ବାରା ଜ୍ଞାନବନ୍ତ ସିଂଙ୍କୁ ପଚରାଉଚରା କରାଯାଉଛି।
ସୂଚନାଯୋଗ୍ୟ, ୧୯୯୩-ବ୍ୟାଚ୍ ଆଇପିଏସ୍ ଅଧିକାରୀ ଜ୍ଞାନବନ୍ତ ସିଂ ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳାକୁ ପରିଚାଳନା କରୁଥିଲେ।
ସେ ରାଜ୍ୟରେ ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବାରୁ ପଶ୍ଚିମବଙ୍ଗର ବୀରଭୂମ, ପଶ୍ଚିମ ବର୍ଦ୍ଧମାନ, ପୁରୂଲିଆ ଏବଂ ବାଙ୍କୁରା ଆଦି ଜିଲ୍ଲାରେ କୋଇଲା ଚୋରା ଚାଲାଣ ସମ୍ପର୍କରେ ସେ ଜାଣିଛନ୍ତି କି ନାହିଁ, ତାହା ଅନୁସନ୍ଧାନକାରୀ ଦଳ ଜାଣିବାକୁ ଚାହାଁନ୍ତି ଏବଂ ଯଦି ସେ ସଚେତନ ଥିଲେ, ସେମାନଙ୍କ ବିରୁଦ୍ଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।