କର୍ଣ୍ଣାଟକରେ ଅସାଧୁ ମେଣ୍ଟ, ବେଶିଦିନ ତିଷ୍ଠିବ ନାହିଁ, ଲେଖିକି ରଖନ୍ତୁ : ଅମିତ ଶାହା 

ଓଡ଼ିଶାରେ ଉନ୍ନତି କରିଛୁ

ନୂଆଦିଲ୍ଲୀ : କର୍ଣ୍ଣାଟକରେ ଜେଡିଏସ ଓ କଂଗ୍ରେସ ମଧ୍ୟରେ ହୋଇଥିବା ମେଣ୍ଟ ଏକ ଅସାଧୁ ମେଣ୍ଟ । ଏହା ବେଶି  ଦିନ ତିଷ୍ଠିବ ନାହିଁ । ଜନାଦେଶ ଏହି ମେଣ୍ଟ ବିପକ୍ଷରେ ଥିଲା । କିନ୍ତୁ ଖୁବଶୀଘ୍ର  ଲୋକମାନେ ଏହି ମେଣ୍ଟକୁ ଏମିତି ଶିକ୍ଷା ଦେବେ ଯେ ଏମାନେ ଦୀର୍ଘଦିନ ଧରି ମନେ ରଖିବେ ବୋଲି କହିଛନ୍ତି ବିଜେପି ଅଧ୍ୟକ୍ଷ ଅମିତ ଶାହ । ଏକ ଜାତୀୟ ସ୍ତରୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ବିଜେପି ପକ୍ଷରୁ କୌଣସି ବିରୋଧୀ ବିଧାୟକଙ୍କୁ କିଣିବାକୁ ୧୦୦ କୋଟି ଟଙ୍କା ଦିଆଯାଇ ନଥିଲା । କିନ୍ତୁ ଆମେ ସରକାର ଗଢିବାକୁ ଉଦ୍ୟମ କରିଥିଲୁ ଏହି ଆଶାରେ ଯେ କେତେକ ବିଧାୟକଙ୍କ ଅନ୍ତରାତ୍ମା ଜାଗିବ ଓ ସେମାନେ ଜନାଦେଶର ସମ୍ମାନ କରିବେ । ବିଜେପି କର୍ଣ୍ଣାଟକ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦି ଆହୁରି ଭାରି ଜନାଦେଶ ସହ ଜିତିବେ । ଓ଼ଡ଼ିଶା ସଂପର୍କରେ ସେ କହିଛନ୍ତି ଯେ  ଓଡ଼ିଶାରେ ଦଳର ସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ହୋଇଛି । ଓଡ଼ିଶାରେ ଦଳ ୩ୟ ସ୍ଥାନରୁ ୨ୟ ସ୍ଥାନରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର