ନୂଆଦିଲ୍ଲୀ: କଂଗ୍ରେସ ନେତା ଶଶି ଥରୁର୍ଙ୍କୁ ପତ୍ନୀ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଆଜି ଅନ୍ତରୀଣ ଜାମିନ ମିଳିଛି। ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଆଜି ଶଶିଙ୍କୁ ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ବିନା ଅନୁମତିରେ ଶଶି ବିଦେଶ ଯାଇପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶଶିଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ୍ ଶିବଲ ଏବଂ ଅଭିଶେକ ମନୁ ସିଂଘଭି କହିଥିଲେ ଯେ ଯଦି ଜଣେ ଅଭିଯୁକ୍ତକୁ ତଦନ୍ତ ପ୍ରକ୍ରିୟାରେ ଗିରଫ କରାଯାଇନି ତେବେ ମାମଲାରେ ତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିବାପରେ ତାଙ୍କୁ ଗିରଫ କରିବାର କୌଣସି ଆବଶ୍ୟକତା ନାହିଁ।