ନୂଆଦିଲ୍ଲୀ: ନାଗ ସାପ ଯଦି କାହାକୁ ଦଂଶନ କରେ ତେବେ ଲୋକଙ୍କ ବଞ୍ଚିବା ଅସମ୍ଭବ ହୋଇଯାଇଥାଏ। ଅନେକ ସମୟରେ ସାପ ଦଂଶନରେ ମଣିଷର ମୃତ୍ୟୁ ହୋଇଥିବା ଖବର ବି ସାମ୍ନାକୁ ଆସିଛି। କିନ୍ତୁ ଝାଡଖଣ୍ଡର ଜାମତାଡ଼ା ଜିଲ୍ଲା ବାଗଡେହରୀ ଗ୍ରାମରେ ଏହାର ଓଲଟା ଘଟଣା ଦେଖିବାକୁ ମିଳିଛି। ଯାହାକୁ ଲୋକମାନେ ବିଶ୍ୱାସ ବି କରି ପାରୁ ନାହାନ୍ତି।
https://aajtak.intoday.in/ସୂଚନାଯୋଗ୍ୟ, ଜାମତାଡ଼ା ବାଗଡେହରୀ ଥାନାରେ ଅତିରିକ୍ତ ସବ୍ ଇନ୍ସପେକ୍ଟର (ଏଏସ୍ଆଇ) ଭାବେ ଚରଣ ବୋପୋୟ ନିୟୋଜିତ ଅଛନ୍ତି। ସକାଳେ ଏଏସ୍ଆଇ ଚରଣ ଡିୟୁଟି ପାଇଁ ବାହାରୁ ଥିଲେ। ଏହି ସମୟରେ ସାପଟି ଗୋଟିଏ ମୂଷାକୁ ଧରିବା ପାଇଁ ଛକି ଥିବା ବେଳେ ଚରଣଙ୍କୁ ଦେଖି ଦଂଶନ କରିଥିଲା। ସଙ୍ଗେସଙ୍ଗେ ପୁଲିସ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଆଶ୍ଚଯ୍ୟର କଥା ଯେ ପୁଲିସ କର୍ମଚାରୀଙ୍କୁ ଦଂଶନ କରିବାର କିଛି ସମୟ ପରେ ନାଗ ସାପଟିର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। କିନ୍ତୁ ସୌଭାଗ୍ୟବଶତଃ ସାପ ଦଂଶନ ପରେ ବି ଏଏସ୍ଆଇ ଚରଣ ବୋପୋୟଙ୍କ ଜୀବନ ବଞ୍ଚି ଯାଇଛି।
ଚିକିତ୍ସା ପରେ ତାଙ୍କୁ ହସ୍ପିଟାଲ୍ରୁ ଛୁଟି ମିଳି ଯାଇଛି। ସେ ଏବେ ଘରେ ବିଶ୍ରାମ କରୁଛନ୍ତି। ତେବେ ଏଏସ୍ଆଇ ଚରଣ ବୋପୋୟଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବାନୁସାରେ, ପୁଲିସ କର୍ମଚାରୀଙ୍କ ଶରୀରରେ ସାପ ଦଂଶନର କୌଣସି ପ୍ରକର ବିଷ ନଥିଲା। ଚିକିତ୍ସା ପରେ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲ୍ରୁ ଛୁୁଟି କରି ଦିଆଯାଇଛି। ବାସ୍ତବରେ ଏହା କୌଣସି ଚମତ୍କାର ଠାରୁ କମ୍ ନୁହେଁ।
/sambad/media/post_attachments/82ea080e6b50c2071af6b9c709acec2bf4294c9ddd4152b659e695c7cd1c7b61.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/90890.jpg)