କୋବ୍ରା ବାହିନୀରେ ସାମିଲ ହେଲେ ଦେଶର ପ୍ରଥମ ମହିଳା ଦଳ

ଗୁଡ଼ଗାଓଁ : ନିଘଞ୍ଚ ଜଙ୍ଗଲରେ ନକ୍ସଲମା୍ନଙ୍କ ବିରୋଧରେ ଲଢ଼ିବା ପାଇଁ ଗଠିତ କୋବ୍ରା ବାହିନୀରେ ଶନିବାର ପ୍ରଥମ କରି କେନ୍ଦ୍ରୀୟ ପୁଲିସ ବଳର ଏକ ୩୪ ଜଣିଆ ମହିଳା ଦଳ ସାମିଲ ହୋଇଛନ୍ତି। ସୂଚନାଯୋଗ୍ୟ, ଗୁଇନ୍ଦା ସୂଚନା ଆଧାରରେ ଦୁର୍ଗମ ବଣଜଙ୍ଗଲରେ ନକ୍ସଲମାନଙ୍କର ମୁକାବିଲା କରିବା ପାଇଁ ୨୦୦୯ରେ କେନ୍ଦ୍ରୀୟ ସୁରକ୍ଷା ବଳର ଏହି କୋବ୍ରା ବାହିନୀ ଗଠିତ ହୋଇଥିଲା। ତେବେ ପ୍ରଥମରୁ ଏଥିରେ କେବଳ ପୁରୁଷ ଯବାନମାନେ ହିଁ ସାମିଲ ହୋଇ ଆସୁଥିଲେ। ଅପରପକ୍ଷେ, ସବୁ କ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନ ଏବଂ ମହିଳା ସଶକ୍ତୀକରଣର ଅଂଶବିଶେଷ ଦେଶରେ ରହିଥିବା ଛଅଟି ମହିଳା ସିଆର୍‌ପିଏଫ୍‌ କେନ୍ଦ୍ରରୁ ଏହି ୩୪ ଜଣଙ୍କୁ ବଛାଯାଇ ଏଥିପାଇଁ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯାଇଛି। ତେବେ ସେମାନେ ଜଙ୍ଗଲରେ ନିଜର ପ୍ରକୃତ ଦକ୍ଷତା ଦେଖାଇବା ପୂର୍ବରୁ ସେମାନଙ୍କୁ ଆଉ ତିନି ମାସ ପାଇଁ ଛତିଶଗଡ଼ର ସୁକମା, ଦାନ୍ତେଵାଡ଼ା ଓ ବିଜାପୁର ପରି ନକ୍ସଲ ଉପଦ୍ରୁତ ଜିଲ୍ଲାରେ ଆହୁରି ଉଚ୍ଚକୋଟୀର ତାଲିମ ଦିଆଯିବ ବୋଲି ସିଆର୍‌ପିଏଫ୍‌ର ଜଣେ ମୁଖପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର