ସୋସିଆଲ ମିଡିଆରେ ଭାଇରାଲ ହେଲା ମଝି ରାସ୍ତାରେ ବିଷଧର ନାଗୁଣୀ ଅଣ୍ଡା ଦେଉଥିବାର ଭିଡିଓ, ଉଡ଼ିଲା ଲୋକଙ୍କ ହୋସ
ନୂଆଦିଲ୍ଲୀ : ଟିକେ ଭାବନ୍ତୁ ତ, ରାସ୍ତାରେ କୌଣସି କାମରେ ବାହାରକୁ ଯାଉଥିବା ବେଳେ ଯଦି ଆପଣଙ୍କ ଆଖି ଆଗକୁ ଏକ ବଡ଼ ସାପ ଆସିଯାଏ ତେବେ ଆପଣଙ୍କ ପ୍ରତିକ୍ରିୟା କ’ଣ ରହିବ? ଆପଣ ଡ଼ରିବେ ନିଶ୍ଚୟ । ଯଦି ଆପଣ ମଝି ରାସ୍ତାରେ ଏକ ନାଗୁଣୀକୁ ଅଣ୍ଡା ଦେଉଥିବାର ଦେଖନ୍ତି, ତେବେ ଆପଣଙ୍କ ପ୍ରତିକ୍ରିୟା କ’ଣ ରହିବ? ସୋସିଆଲ ମିଡିଆରେ ଏକ ସେଭଳି ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଏକ ନାଗୁଣୀ ମଝି ରାସ୍ତାରେ ଅଣ୍ଡା ଦେଉଥିବାର ଦେଖିବାକୁ ମିଳିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ, କର୍ଣ୍ଣାଟକରେ ଏବେ ସାପ ଅଣ୍ଡା ଦେଉଥିବାର ଏକ ଭିଡିଓ ଖୁବ୍ ଜୋରରେ ଭାଇରାଲ ହେଉଛି । ଏହି ଭିଡିଓକୁ ମଦୁରାଇରେ ରହୁଥିବା ଜଣେ ଶିକ୍ଷକ ଉତ୍ତୋଳନ କରିଥିଲେ । ୧.୨୧ ମିନିଟ୍ର ଏହି ଭିଡିଓରେ, ରାସ୍ତା ମଝିରେ ଏକ ନାଗୁଣୀ ଅଣ୍ଡା ଦେଉଥିବା ବେଳେ ନାଗୁଣୀଟି ଜଣେ ଶିକ୍ଷକଙ୍କ ଘର ଭିତରୁ ବାହାରିଥିଲା ବୋଲି ଜଣା ପଡ଼ିଛି ।