ଶୋଇଥିବା ବେଳେ ଶିଶୁର ଗଳାରେ ୧ଘଣ୍ଟା ଧରି ଗୁଡ଼ାଇ ହୋଇ ବସି ରହିଥିଲା ନାଗସାପ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ବର୍ଧା ଜିଲ୍ଲାର ସେଲୁର ବୋରଖେଡ଼ି କଲାରେ ୭ବର୍ଷର ଶିଶୁ ଶୋଇଥିବା ବେଳେ ତାର ବେକରେ ଏକ ନାଗ ସାପ ଗୁଡ଼ାଇ ହୋଇ ରହିଥିବା ଘଟଣା ସାମ୍ନାକୁ ଆସିଛି। ଉକ୍ତ ଶିଶୁଟିର ନାମ ପଦ୍ମାକର ଗଡ଼କରି ବୋଲି ଜଣାପଡ଼ିଛି।

बच्ची के गले में ल‍िपटा सांप.

ସୂଚନାଯୋଗ୍ୟ, ରାତି ପାଖାପାଖି ୧୧ଟା ସମୟ ହେବ ପଦ୍ମାକର ଘରେ ଶୋଇଥିବା ବେଳେ ଏକ ନାଗସାପ ଆସି ତାର ବେକରେ ଗୁଡ଼ାଇ ହୋଇଯାଇଥିଲ। ସାପଟି ଏକଘଣ୍ଟା ପର୍ଯ୍ୟନ୍ତ ଗୁଡ଼ାଇ ହୋଇ ରହିବା ପରେ ଶିଶୁର ନିଦ ଭାଙ୍ଗି ଯାଇଥିଲା। ଶିଶୁ ଜଣକ ତା’ ବେକରେ ସାପଗୁଡ଼ାଇ ହୋଇଥିବା ଦେଖି ଭୟରେ କାନ୍ଦିବାକୁ ଲାଗିଥିଲା। ଶିଶୁର କାନ୍ଦ ଶୁଣି ପାଖରେ ଶୋଇଥିବା ମା-ବାପା ଉଠି ପଡ଼ିଥିଲେ। ଶିଶୁ ବେକରେ ସାପଗୁଡ଼ାଇ ହୋଇଥିବା ଦେଖି କେମିତି ନିଜ ଛୁଆକୁ ସାପ କବଳରୁ ଉଦ୍ଧାର କରିବେ ସେନେଇ ତାଙ୍କୁ ବୁଦ୍ଧି ବାଟ କିଛି ଦେଖାଯାଇ ନଥିଲା। ପଡ଼ିଶାଘର ଲୋକଙ୍କୁ ଏହି ଘଟଣା ସମ୍ପର୍କରେ ସୂଚନା ଦେବା ପରେ ସେମାନେ ସାପ ଧରାଳୀଙ୍କୁ ଫୋନ କରିଥିଲେ। ଖବରପାଇ ଘଟଣାସ୍ଥଳରେ ସାପ ଧରାଳୀ ପହଞ୍ଚିବା ବେଳକୁ ଶିଶୁଟି ଭୟରେ ଉଠି ପଡ଼ିବାରୁ ସାପଟି ଶିଶୁକୁ ଦଂଶନ କରି ଘରୁ ଚାଲି ଯାଇଥିଲା।

ଶିଶୁ ଜଣକୁ ସଙ୍ଗେସଙ୍ଗେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାର ଚିକିତ୍ସା ଚାଲିଛି।

ସମ୍ବନ୍ଧିତ ଖବର