ନୂଆଦିଲ୍ଲୀ: ଶ୍ରାବଣ ମାସରେ ଉତ୍ତରପ୍ରଦେଶର ଝାନସୀରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।

Advertisment

ଝାନସୀ ଜିଲ୍ଲା ମୁଖ୍ୟାଳୟ ଠାରୁ ୭୦କିଲୋମିଟର ଦୂରରେ ଥିବା ମଉରାନିପୁର ତହସିଲ ନିକଟରେ ପ୍ରାଚୀନ କେଦାରେଶ୍ବର ମନ୍ଦିର ରହିଛି। ଏହି ମନ୍ଦିରରେ ଥିବା ଶିବଲିଙ୍ଗରେ ନାଗପଞ୍ଚମୀ ଦିନ ଏକ କଳାରଙ୍ଗର ବିଶାଳ ନାଗସାପ ଗୁଡ଼ାଇ ହୋଇବସିଥିବା ଦେଖି ଭକ୍ତ ଓ ପୂଜକ ଭୟଭୀତ ‌ହୋଇଯାଇଥ‌ିଲେ। ଏହି ବିରଳ ଦୃଶ୍ୟ ଦେଖିବା ପାଇଁ କେଦାରେଶ୍ବର ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା।

ଶିବଲିଙ୍ଗରେ ସାପକୁ ଗୁଡ଼ାଇ ହୋଇ ରହିଥିବା ଦେଖି କିଛିଭକ୍ତ ଏହାର ଭିଡିଓ ରେକର୍ଡିଂ କରୁଥିବା ବେଳେ ଅନ୍ୟମାନେ ପୂଜାଅର୍ଚ୍ଚନା କରିବା ଆରମ୍ଭ କରି ଦେଇଥିଲେ।

ପ୍ରାପ୍ତ ସୂଚନା ଅନୁସାରେ, କେଦାରେଶ୍ବର ମନ୍ଦିରରେ ଶିବଲିଙ୍ଗ ନନ୍ଦୀଙ୍କ ପିଠି‌ରେ ପ୍ରତିଷ୍ଠା କରାଯାଇଛି। କୁହାଯାଉଛି କି ଏହି ମନ୍ଦିରରେ ଥିବା ଶିବଲିଙ୍ଗ ଏକ ଅଦୃଶ୍ୟ ଶକ୍ତି ଦ୍ବାରା ପୂଜିତ ହୋଇଥ‌ାଏ।

କେଦାରେଶ୍ବର ମନ୍ଦିରରେ ଘଟିଥିବା ଏହି ବିରଳ ଘଟଣାକୁ ନେଇ ପୂଜାରୀ କହିଛନ୍ତି, ‘ଏହି ମନ୍ଦିର ଦ୍ବାପର ଯୁଗରୁ ରହିଛି। ଏଠାରେ ପାଣ୍ଡବମାନେ ଅଜ୍ଞାତବାସରେ ଥିଲେ।’