କୋକାକୋଲା ପ୍ରତିଷ୍ଠାତା ବି ଲେମ୍ବୁପାଣି ବିକୁଥିଲେ: ରାହୁଲ

ନୂଆଦିଲ୍ଲୀ : ଆମେରିକାର ବହୁଦେଶୀୟ କମ୍ପାନି କୋକାକୋଲାର ପ୍ରତିଷ୍ଠାତା ପ୍ରଥମେ ଲେମ୍ବୁ ପାଣି ବିକ୍ରି କରୁଥିଲେ। ସେହିଭଳି ମାକ୍‌ଡୋନାଲ୍ଡର ପ୍ରତିଷ୍ଠାତା ମଧ୍ୟ ଢାବା (ରାସ୍ତାପାର୍ଶ୍ୱ ରେସ୍ତୋରାଁ) ବାଲା ଥିଲେ ବୋଲି ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଆଜି ସଫଳ ଆମେରିକୀୟ ବ୍ୟବସାୟୀଙ୍କ ଉଦାହରଣ ଦେବାକୁ ଯାଇ ରାହୁଲ ଏଭଳି କହିଥିଲେ। କେବଳ ଏତିକି ନୁହେଁ ବରଂ ଫୋର୍ଡ, ମର୍ସିଡିସ୍‌ ଓ ହୋଣ୍ଡାର ପ୍ରତିଷ୍ଠାତାମାନେ ମଧ୍ୟ ଜଣେ ଜଣେ ମେକାନିକ୍‌ ଭାବେ କ୍ୟାରିୟର ଆରମ୍ଭ କରିଥିଲେ ବୋଲି ରାହୁଲ କହିଥିଲେ। ଓବିସି କର୍ମକର୍ତ୍ତାଙ୍କୁ ଆଜି ଉଦବୋଧନ ଦେବା ବେଳେ ରାହୁଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏସବୁ ବ୍ୟକ୍ତିଙ୍କ ପ୍ରତିଭାକୁ ସେସବୁ ଦେଶରେ ସମ୍ମାନ ଦିଆଯିବାରୁ ସେମାନେ ବଡ଼ ବଡ଼ କମ୍ପାନି ପ୍ରତିଷ୍ଠା କରିପାରିଛନ୍ତି। କିନ୍ତୁ ଆମ ଦେଶରେ ଦକ୍ଷତା ଓ ଜ୍ଞାନ ଥିବା ପଛୁଆ ବର୍ଗର ଯୁବଗୋଷ୍ଠୀଙ୍କୁ ସଠିକ୍‌ ସୁଯୋଗ ଦିଆଯାଉ ନଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର