ଜାପାନରେ ମଦ ବିକ୍ରୟ କରିବ କୋକା-କୋଲା

ନୂଆଦିଲ୍ଲୀ: କୋକା-କୋଲା ନିଜର ୧୨୫ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ନିଶାଳିଆ ପାନୀୟ ପ୍ରସ୍ତୁତ କରିବାକୁ ଯାଉଛି। ଏହି ପାନୀୟ କେବଳ ଜାପାନରେ ବିକ୍ରୟ ପାଇଁ ଉଦ୍ଦିଷ୍ଟ।

ଜନପ୍ରିୟ ଜାପାନୀ ପାନୀୟ ‘ଚୁ-ହି’ ଭଳି କୋକା-କୋଲାର ନୂଆ ଉତ୍ପାଦନରେ ରହିବ ୩% ରୁ ୮% ନିଶା ଭାଗ ରହିବ।

କୋକା-କୋଲାର ଜାପାନ ଅଧ୍ୟକ୍ଷ ଜର୍ଜ ଗାର୍ଡୁନୋ କହନ୍ତି: ନିଶା ଭାଗ ଥିବା ଏହି କେନ୍‌ ପାନୀୟ ପାରମ୍ପରିକ ଭାବେ ପାତନ ପ୍ରଣାଳୀରେ ପ୍ରସ୍ତୁତ ଶୋଚୁରୁ ତିଆରି। ଏଥିରେ ଅଙ୍ଗାରକାମ୍ଳ ମିଶ୍ରିତ ପାଣି ସହ କିଛି ସ୍ୱାଦ ରହିବ।

ଜାପାନରେ ’ଚୁ-ହି’ଚାହିଦା ବଢୁଥିବାରୁ କୋକା-କୋଲା ସ୍ୱଳ୍ପ ନିଶା ମିଶ୍ରିତ ପାନୀୟ ବର୍ଗରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି। ଜାପାନର ‘ଚୁ-ହି’ ପାନୀୟ ଅଙ୍ଗୁର, ଷ୍ଟ୍ରବେରି, କିଓ୍ଵି ଏବଂ ଧଳା ପିଚ୍‌ ଆଦି ସ୍ୱାଦରେ ମିଳେ। ଏହା ଅଙ୍ଗାରକାମ୍ଳ ମିଶ୍ରିତ ପାଣି ଏବଂ ଶସ୍ୟରୁ ପାତନ ହୋଇ ବାହାରି ଥିବା ସ୍ପିରିଟ୍‌ ଶୋଚୁରେ ପ୍ରସ୍ତୁତ କରାଯାଇଥାଏ।

ଜାପାନର ପ୍ରମୁଖ ପାନୀୟ ନିର୍ମାତା କିରିନ୍‌, ସୁନ୍ତୋରିଙ୍କ ଭଳି କମ୍ପାନିଗୁଡ଼ିକ ସହ ଏଥର କୋକା-କୋଲା ପ୍ରତିଦ୍ୱନ୍ଦ୍ୱିତାରେ ସମ୍ମୁଖୀନ ହେବ। ସେ କମ୍ପାନି ସବୁ ପୂର୍ବରୁ ଜନପ୍ରିୟ ‘ଚୁ-ହି’ ପାନୀୟ କରି ବିକ୍ରୟ କରୁଛନ୍ତି।

ସମ୍ବନ୍ଧିତ ଖବର