ନ୍ୟୁୟର୍କରେ ହ୍ବିଲ୍‌ ଚେୟାର୍‌ରୁ ୪.୫ ଲକ୍ଷ ଡଲାରର କୋକେନ ଜବତ

ନ୍ୟୁୟର୍କ : ଡୋମିନିକାନ ରିପବ୍ଲିକ୍‌ରୁ ଆମେରିକା ଆସୁଥିବା ଜଣେ ମହିଳାଙ୍କଠାରୁ ନ୍ୟୁୟର୍କ-ସ୍ଥିତ ଜନ ‌ଏଫ୍‌ କେନେଡ଼ି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ୪.୫ ଲକ୍ଷ ଡଲାର ମୂଲ୍ୟର କୋକେନ ଜବତ କରାଯାଇଛି। ମହିଳାଙ୍କ ହ୍ବିଲ ଚେୟାର ଚକାର ଟାୟାର ଭିତରେ ଏହି କେକେନକୁ ଲୁଚାଇ ରଖାଯାଇଥିଲା।

ଏମେଲିଣ୍ଡା ପୌଲିନୋ ଡି ରିଭାସ ନାମ୍ନୀ ମହିଳା ଜଣକ ପୁଣ୍ଟା କାନାରୁ ଏକ ବିମାନ ଯୋଗେ ନଭେମ୍ବର ୧୦ରେ ଉକ୍ତ ବିମାନବନ୍ଦରରେ ପହଞ୍ଚିଥିଲେ। ତାଙ୍କ ହ୍ବିଲ ଚେୟାରର ଚକା ଉପରେ ସନ୍ଦେହ ହେବାକୁ ତାକୁ ଏକ୍ସରେ କରାଯାଇଥିଲା ଏବଂ ତା’ ଭିତରେ ଏକ ଧଳା ପାଉଡର ଥିବା ଜଣାପଡ଼ିଥିଲା। ଏହା ଥିଲା ୨୮ ପାଉଣ୍ଡ ଓଜର କୋକେନ ଯାହାର ମୂଲ୍ୟ ୪୫୦,୦୦୦ ଡଲାର ହେବ ବୋଲି ଆକଳନ କରାଯାଇଛି। ସମ୍ପୃକ୍ତ ମହିଳାଙ୍କୁ ଗିରଫ କରି ତଦନ୍ତ କରାଯାଉଛି।

ସମ୍ବନ୍ଧିତ ଖବର