ହାଇଦ୍ରାବାଦ: ହାଇଦ୍ରାବାଦ ବିମାନବନ୍ଦରରେ ଡିଆରଆଇ(ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ)କୁ ଆଜି ଏକ ବଡ଼ ସଫଳତା ମିଳିଛି | ଡିଆରଆଇ, ସୀମାଶୁଳ୍କ (କଷ୍ଟମ୍ସ) ବିଭାଗ ସହାୟତାରେ କୋକେନ ଚୋରା ଚାଲାଣ କରୁଥିବା ଦୁଇଜଣ ଯାତ୍ରୀଙ୍କୁ ଧରିଛି। ଏହି ଦୁଇ ଯାତ୍ରୀଙ୍କଠାରୁ ଉଦ୍ଧାର ହୋଇଥିବା କୋକେନର ବଜାର ମୂଲ୍ୟ ୮୦ କୋଟି ଟଙ୍କା ବୋଲି କୁହାଯାଉଛି। ଏହାକୁ ନେଇ ଡିଆରଆଇ କହିଛି ଯେ ହାଇଦ୍ରାବାଦ ବିମାନବନ୍ଦରରେ କୋକେନ ଚୋରା ଚାଲାଣ ହେଉଥିବା ନେଇ ସେମାନେ ଗୁଇନ୍ଦା ସୂଚନା ପାଇଥିଲେ ।
ଗୁଇନ୍ଦା ସୂଚନା ମିଳିବା ପରେ ସୀମାଶୁଳ୍କ ବିଭାଗ(କଷ୍ଟମ୍ସ) ଏବଂ ଡିଆରଆଇ ମିଳିତ ଅପରେସନ କରି ଚୋରା ଚାଲାଣକାରୀଙ୍କଠାରୁ ମୋଟ ଆଠ କିଲୋଗ୍ରାମ କୋକେନ ଜବତ କରିଛନ୍ତି । ରବିବାର ବିଳମ୍ବିତ ରାତିରେ କର୍ତ୍ତୃପକ୍ଷ ଗିରଫ କରିଥିବା ଏହି ଦୁଇ ଯାତ୍ରୀଙ୍କ ମଧ୍ୟରେ ଜଣେ ତାଞ୍ଜାନିଆର ନାଗରିକ ଏବଂ ଅନ୍ୟଜଣେ ଅଙ୍ଗୋଲାର ନାଗରିକ ଥିବା ଜଣାପଡିଛି | ଉଭୟ ଯାତ୍ରୀ ନିଜ ଟ୍ରଲି ବ୍ୟାଗରେ ଲୁଚେଇ କୋକେନ ନେଇ ଯାଉଥିଲେ ବୋଲି ଡିଆରଆଇ କହିଛି |
ତେବେ ଏହି କୋକେନ ସେମାନେ କାହାକୁ ଦେଇଥାନ୍ତେ ଓ ଏହା ପଛରେ ଆଉ କେଉଁମାନେ ଅଛନ୍ତି ସେନେଇ ତଦନ୍ତ ଚାଲିଛି | କୁହାଯାଉଛି ଯେ ଏହା ପଛରେ ଏକ ବଡ ରାକେଟ କାମ କରୁଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/cocen.jpg)