ଚେନ୍ନାଇରୁ କୋଏମ୍ବାଟୁର ଯାଉଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଏମ୍ବାଟୁର ଯାଇ ନପାରି ଦିଲ୍ଲୀ ଫେରିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିଦମ୍ବରମ୍‌

ଚେନ୍ନାଇ/ କୋଏମ୍ବାଟୁର: ଚେନ୍ନାଇରୁ କୋଏମ୍ବାଟୁର ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ଇଣ୍ଡିଗୋର ଏକ ଯାତ୍ରୀବାହୀ ବିମାନରେ ଆଜି ପ୍ରତ୍ୟୁଷରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା କାରଣରୁ ବିମାନଟି ଆଉ ନିଜର ଗନ୍ତବ୍ୟ ପଥରେ ଯାଇ ନପାରି ଚେନ୍ନାଇ ବିମାନ ବନ୍ଦରରେ ଅଟକ ରହିଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଆଜି (ମଙ୍ଗଳବାର) ସକାଳ ୬ଟା ୧୫ ମିନିଟ ସମୟରେ ୧୪୭ ଜଣ ଯାତ୍ରୀଙ୍କୁ ଧରି ଚେନ୍ନାଇ ବାମାନ ବନ୍ଦରରୁ କୋଏମ୍ବାଟୁର ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ଇଣ୍ଡିଗୋର ଏକ ଯାତ୍ରୀବାହୀ ବିମାନ ରନ୍‌େଓ୍ଵରେ ନିଜର ଯାତ୍ରା ଆରମ୍ଭ କରିଥିବା ବେଳେ ହଠାତ୍‌ ବିମାନର ପାଇଲଟ ଇଞ୍ଜିନ୍‌ରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ କରିଥିଲେ। ଫଳରେ ସେ ଆଉ କୋଏମ୍ବାଟୁର ଅଭିମୁଖେ ବିମାନର ଉଡ଼ାଣ ଭରିବା ପରିବର୍ତ୍ତେ ବିମାନଟିକୁ ଆଉଥରେ ଚେନ୍ନାଇ ବିମାନ ବନ୍ଦରକୁ ଫେରାଇ ଆଣିଥିଲେ।

Economics Times

ଏହି ବିମାନର ୧୪୭ ଜଣ ଯାତ୍ରୀଙ୍କ ମଧ୍ୟରେ ରହିଥିଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦମ୍ବରମ୍‌। ଏହି ଘଟଣା ପରେ ଇଣ୍ଡିଗୋ କର୍ତ୍ତୃପକ୍ଷ ଚେନ୍ନାଇ ବିମାନ ବନ୍ଦରରେ ଅଟକ ହୋଇ ପଡ଼ିଥିବା ଯାତ୍ରୀମାନଙ୍କୁ ଅନ୍ୟ ବିକଳ୍ପ ବିମାନ ଯୋଗାଇ ଦେବାରେ ବିଫଳ ହେବାରୁ ଏହାକୁ କେନ୍ଦ୍ର କରି ଯାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ, ଏହି ବିମାନରେ ଯାତ୍ରା କରୁଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦମ୍ବରମ୍‌ ଶେଷରେ ତାଙ୍କର କୋଏମ୍ବାଟୁର ଗସ୍ତକୁ ବାତିଲ କରି ଦିଲ୍ଲୀ ଫେରିବା ପାଇଁ ବାଧ୍ୟ ହୋଇଥିଲେ।

ସମ୍ବନ୍ଧିତ ଖବର