କୋଏମ୍ବାଟୁର୍: ତାମିଲ୍ନାଡୁର କୋଏମ୍ବାଟୁର୍ରେ ଜଣେ ୧୩ ବର୍ଷୀୟା ଝିଅ ପେଟରୁ ଏକ ହସ୍ପିଟାଲ୍ର ଡାକ୍ତରମାନେ ପ୍ରାୟ ଅଧା କିଲୋ ଓଜନର କେଶ ଓ ସାମ୍ପୋ ଜରି ବାହାର କରିଛନ୍ତି। ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ଏହି ଝିଅଟିର ପେଟରେ ଲଗାତାର ଯନ୍ତ୍ରଣା ହେବା ପରେ ଗତ କିଛି ମାସ ତଳେ ଝିଅଟିକୁ ତା’ର ବାପାମାଆ ସହରରେ ଥିବା ଭିଜିଏମ୍ ବେସରକାରୀ ହସ୍ପିଟାଲ୍କୁ ନେଇ ଯାଇଥିଲେ।
ଡାକ୍ତର ଝିଅଟିର ପେଟ ସ୍କାନ କରିବାରୁ ତା’ ପେଟରେ ପେଣ୍ଡୁ ଆକାରର କିଛି ଜିନିଷ ଥିବାର ଦେଖିବାକୁ ମିଳିଥିଲା। ଡାକ୍ତର ତାହାକୁ ଏଣ୍ଡୋସ୍କୋପି ସାହାଯ୍ୟରେ ବାହର କରିବାକୁ ଚେଷ୍ଟା କରିଥିଲେ । ମାତ୍ର ଡାକ୍ତର ଉଦ୍ୟମରେ ବିଫଳ ହେବା ପରେ ଅସ୍ତ୍ରୋପଚାର କରି ଝିଅଟିର ପେଟରୁ ପେଣ୍ଡୁ ଆକାରର ଦିଶୁଥିବା ପଦାର୍ଥକୁ କାଢ଼ିବାର ନିଷ୍ପତ୍ତି ନେଲେ। ଡାକ୍ତର ଯେତେବେଳେ ଝିଅଟିର ଅସ୍ତ୍ରୋପଚାର କଲେ ସେ ପୂରାପୂରି ଚକିତ ହୋଇଗଲେ। କାରଣ ଝିଅଟିର ପେଟରେ ସେ ପ୍ରାୟ ଅଧା କିଲୋର କେଶ ସହ ଅନେକ ସାମ୍ପୋ ଜରି ପାଇଲେ।
/sambad/media/post_attachments/wp-content/uploads/2020/01/doctor-hospital-300x200.jpg)
ସଂପର୍କୀୟମାନଙ୍କ କହିବାନୁସାରେ ଜଣେ ଘନିଷ୍ଠ ଲୋକଙ୍କ ମୃତ୍ୟୁକୁ ନେଇ ଝିଅଟି ଖୁବ୍ ଦୁଃଖୀ ରହୁଥିଲା। ତା’ର ମାନସିକ ସନ୍ତୁଳନ ଠିକ୍ ରହୁ ନଥିଲା। ଯାହାଫଳରେ ସେ କେଶ ଓ ଖାଲି ଜରି ଖାଇ ଦଉଥିଲା ବୋଲି ସନ୍ଦେହ କରାଯାଉଛି। ଅନେକ ଦିନ ପେଟରେ ଏ ସବୁ ରହିଥିବା କାରଣରୁ ଯନ୍ତ୍ରଣା ହେଉଥିଲା। ଡାକ୍ତରମାନେ ଝିଅଟିର ଅସ୍ତ୍ରୋପଚାର କରିବା ପରେ ସେ ସଂପୂର୍ଣ୍ଣ ସୁସ୍ଥ ଅଛି ବୋଲି କହିିଛନ୍ତି। ତା’ ଜୀବନକୁ ନେଇ କୌଣସି ବିପଦ ନାହିଁ ବୋଲି ହସ୍ପିଟାଲ୍ରେ ଚିକିତ୍ସା କରୁଥିବା ଡାକ୍ତରମାନେ ସୂଚନା ଦେଇଛନ୍ତି।