ହୋଟେଲକୁ ଆସି ଖାଦ୍ୟ ନଷ୍ଟ କରୁ ନ ଥିବା ଗ୍ରାହକଙ୍କୁ ୫ଟଙ୍କା ପ୍ରୋତ୍ସାହନ ଆକାରରେ ଦେଉଛି ଏହି ହୋଟେଲ

କୋଏମ୍ବାଟୁର : ଖାଦ୍ୟ ନଷ୍ଟ ନ କରିବାର ଲକ୍ଷ୍ୟ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ଏକ ଅଭିନବ ଉପାୟ ବାହାର କରିଛି କୋଏମ୍ବାଟୁରରେ ଏକ ହୋଟେଲ । ଯେଉଁମାନେ ଖାଦ୍ୟ ନଷ୍ଟ ନ କରିବେ, ସେମାନଙ୍କୁ ୫ଟଙ୍କା ପ୍ରୋତ୍ସାହନ ଆକାରରେ ଦିଆଯିବ ବୋଲି ଏହି ହୋଟେଲ ଘୋଷଣା କରିଛି । କୋଏମ୍ବାଟୁରରେ ଥିବା ଅତି ପୁରୁଣା ଆର୍‌ଏଚ୍‌ଆର୍‌ ହୋଟେଲ ଏଭଳି ପ୍ରୟାସ ଆରମ୍ଭ କରି ପ୍ରଶଂସାର ପାତ୍ର ବନି ପାରିଛି ।

Image result for Hotel gives Rs 5 as incentive for not wasting food
Free Press Journal

ଶୁକ୍ରବାର ହୋଟେଲର ମାଲିକ ଏକ ସାକ୍ଷାତକାରରେ କହିଛନ୍ତି କି, ଖାଦ୍ୟ ନଷ୍ଟ ନ କରିବା ନେଇ ଆମେ ଲୋକମାନଙ୍କୁ ବାର୍ତ୍ତା ଦେବାକୁ ଯାଉଛୁ । ଲୋକମାନେ ଏହାର ପ୍ରଚାର କରିବା ସହ ଏହି ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇବା ଦରକାର । ଏହାକୁ ବନ୍ଦ କରିବା ପାଇଁ ଆମେ ୫ଟଙ୍କା କଏନ୍‌ ଦେବା ଆରମ୍ଭ କରିଛୁ । ୯୦ପ୍ରତିଶତ ଲୋକ ଖାଦ୍ୟ ନଷ୍ଟ କରିଥାନ୍ତି । ଏହାକୁ ବନ୍ଦ କରିବା ପାଇଁ ଆମେ ପ୍ରୟାସ ଆରମ୍ଭ କରିଛୁ । ପ୍ରତିଦିନ ଆମେ ୧୦୦ଟି କଏନ୍‌ ଲୋକମାନଙ୍କୁ ଦେଉଛୁ । ଏହାର ପ୍ରଭାବ ଲୋକମାନଙ୍କ ଉପରେ ପଡ଼ୁଥିବାର ଦେଖାଯାଉଛି ଏବଂ ଲୋକେ ଏହାକୁ ଗ୍ରହଣ କରୁଛନ୍ତି ।

ସମ୍ବନ୍ଧିତ ଖବର