ଭୁବନେଶ୍ୱର ଆଭିମୁଖେ ଆସୁଥିବା ଏକ ଅନ୍ତଃରାଜ୍ୟ ବସ୍‌ରୁ ବିପୁଳ ପରିମାଣର କଏନ୍‌ ବସ୍ତା ଜବତ: କାହିଁକି, କ’ଣ ପାଇଁ ଆସୁଥିଲା ଏସବୁ କଏନ୍‌ ବସ୍ତା ସେ ନେଇ ଖୋଳତାଡ ଆରମ୍ଭ

ଭୁବନେଶ୍ୱର: ଆୟକର ବିଭାଗର ଜିଏସଟି ଡିପାର୍ଟମେଣ୍ଟ ଆଜି କୋଲକାତାରୁ ଭୁବନେଶ୍ୱର ଆସୁଥିବା ଏକ ବସ୍‌ରୁ ୨୦ରୁ ଅଧିକ କଏନ୍‌ ବସ୍ତା ଜବତ କରିଛି । ଯେଉଁଥିରେ, ଲକ୍ଷାଧିକ ଟଙ୍କାର କଏନ୍‌ ରହିଥିଲା। ବସ୍ତା ପିଛା ଦେଢ ଶହ ଟଙ୍କା ନେଇ ସେ ଏସବୁ ଖୁଚୁରା ବସ୍ତା ଆଣିଥିଲେ ଏବଂ ପ୍ରତି ୨-୪ ଦିନରେ ସେ ଏମିତି ଖୁଚୁରା ବସ୍ତା ଆଣନ୍ତି ବୋଲି ଡ୍ରାଇଭର ପୁଲିସ ଆଗରେ ମୁହଁ ଖୋଲିଛନ୍ତି। ତେବେ ପ୍ରଶ୍ନ ଉଠୁଛି, ଓଡିଶାରେ ପ୍ରଚୁର ପରିଣାଣର କଏନ୍‌ ଥିବା ବେଳେ କୋଲକାତାରୁ କାହିଁକି ଆସୁଛି ଏତେ ପରିମାଣର କଏନ୍‌ ।

ଓଡିଶାର ବ୍ୟବସାୟୀଙ୍କ ଠାରୁ ଗ୍ରାହକ କିମ୍ବା ଗ୍ରାହକଙ୍କ ଠାରୁ ବ୍ୟବସାୟୀ ଆଉ କଏନ୍‌ ନେଉନାହାନ୍ତି। କଏନ୍‌ ଅଚଳ ହୋଇଯିବା ଗୁଜବରେ ଲୋକେ ଆତଙ୍କିତ । ବର୍ଷ ବର୍ଷ ହେଲା ଘରେ କୁମ୍ପିରେ କଏନ୍‌ ଜମା କରୁଥିବା ଲୋକେ ଏବେ ବ୍ୟାଙ୍କରେ କଏନ୍‌ ଦେଇ ନୋଟ୍‌ ନେଉଛନ୍ତି । ଏଭଳି ସ୍ଥିତିରେ କୋଲକାତାରୁ ଓଡିଶାକୁ କାହିଁକି ଆସୁଛି କଏନ୍‌? କଏନ ବ୍ୟବହାର ହେଉଛି କେଉଁଠି? କିଏ ନେଉଛି ଏସବୁ କଏନ୍‌ ଏବଂ ଏତେସବୁ କଏନର କରୁଛି କଣ? କଏନ୍‌ କାରବାର ପଛରେ କାମ କରୁଛି କି ର‍୍ୟାକେଟ୍‌? ତେବେ ଜବତ ହୋଇଥିବା କଏନ୍‌ ବସ୍ତାକୁ ନେଇ ଖୋଳତାଡ ଆରମ୍ଭ ହୋଇଛି । କିଏ ଏବଂ କାହିଁକି ଏତେ ଗୁଡାଏ କଏନ୍‌ ଆଣୁଥିଲା ଏବଂ କୋଲକାତାରୁ କିଏ ଏହି କଏନ୍‌ ପଠାଇଥିଲା ତାର ତଦନ୍ତ ଚାଲିଛି ।

ସମ୍ବନ୍ଧିତ ଖବର