ଜମ୍ମୁ କାଶ୍ମୀରରେ ଅସହ୍ୟ ଥଣ୍ଡା: ତାପମାତ୍ରା ବିଯୁକ୍ତ ୩୦ ଡିଗ୍ରି

ଜମ୍ମୁ : କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀର ଏବଂ ଲଦାଖ୍‌ରେ ତାପମାତ୍ରା ବହୁତ କମିଯାଇଛି। ଦ୍ରାସ୍‌ରେ ତାପମାତ୍ରା ବିଯୁକ୍ତ ୩୦ ଡିଗ୍ରି ରହି ଏହା ଜମ୍ମୁ କାଶ୍ମୀରରେ ସବୁଠୁ ଥଣ୍ଡା ଅଞ୍ଚଳ ଭାବେ ପରିଗଣିତ ହୋଇଛି। ଲଦାଖର ଲେହ ଜିଲ୍ଲାରେ ତାପମାତ୍ରା ବିଯୁକ୍ତ ୧୬.୪ ଡିଗ୍ରି ଥିବାବେଳେ କାରଗିଲ୍‌ରେ ବିଯୁକ୍ତ ୨୭.୮ ଡିଗ୍ରି ତାପମାତ୍ରା ରହିଛି। ସେହିପରି ପହଲଗମା୍‌ରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୧୨.୫ ଡିଗ୍ରି ଏବଂ ଉତ୍ତର କାଶ୍ମୀରର ଗୁଲ୍‌ମାର୍ଗ ସ୍କାଇଙ୍ଗ୍‌ ରିସୋର୍ଟରେ ତାପମାତ୍ରା ବିଯୁକ୍ତ ୧୧.୫ ଡିଗ୍ରି ରହିଛି। ଶ୍ରୀନଗର ସହରରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୫ ଡିଗ୍ରି ରହିଛି। ସେହିପରି କ୍ବାଜିଗଣ୍ଡ୍‌ରେ ବିଯୁକ୍ତ ୪.୩ ଡିଗ୍ରି ତାପମାତ୍ରା ରହିଛି। କଟରାରେ ତାପମାତ୍ରା ୫.୧ ଡିଗ୍ରି ସେଲ୍‌ସିୟସ ରହିଛି।

ସମ୍ବନ୍ଧିତ ଖବର