ଶୀତଳ ଭଣ୍ଡାର ଛାତ ଭୁଶୁଡ଼ି ୮ ମୃତ

ସମ୍ଭଲ : ଉତ୍ତରପ୍ରଦେଶର ସମ୍ଭଲ୍‌ ଜିଲ୍ଲା ଅଧୀନ ଚନ୍ଦୌସୀ ଅଞ୍ଚଳରେ ଆଜି ଏକ ଆଳୁ ଶୀତଳ ଭଣ୍ଡାର ଛାତ ଭୁଶୁଡ଼ି ପଡ଼ିବା ଫଳରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ୧୧ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏନଡିଆରଏଫ୍‌ ଏବଂ ଏସ୍‌ଡିଆରଏଫ୍‌ ଟିମ୍‌ ଦ୍ବାରା ଉଦ୍ଧାର କାର୍ଯ୍ୟ ପରିଚାଳନା କରାଯାଇଛି। ବିଲ୍ଡିଂର ବେସମେଣ୍ଟ୍‌ରେ କିଛି ଲୋକ ଫସି ରହିଥିବା କୁହାଯାଉଛି। ସମ୍ଭଲ ଜିଲ୍ଲାପାଳ ମନୀଷ ବଂସଲ୍‌ କହିଛନ୍ତି, ଭଗ୍ନାବଶେଷ ତଳେ ଫସିଥିବା ଲୋକଙ୍କୁ ଖୋଜିବା ପାଇଁ ଅଧିକାରୀମାନେ ସନ୍ଧାନୀ କୁକୁରର ବ୍ୟବହାର କରୁଛନ୍ତି।

ସମ୍ବନ୍ଧିତ ଖବର