ନୂଆଦିଲ୍ଲୀ: ଉତ୍ତର ଭାରତ ସମେତ ଦେଶର ବିଭିନ୍ନ ଅଂଶରେ ଶୀତର ପ୍ରକୋପ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ପୂର୍ବାନୁମାନ ଅନୁଯାୟୀ, ଆଗାମୀ ୫ ଦିନ ପର୍ଯ୍ୟନ୍ତ ଦେଶର ପ୍ରାୟ ୯ଟି ରାଜ୍ୟରେ ପ୍ରବଳ ଶୀତ ଲହରୀ ଜାରି ରହିବ । ଏହା ସହିତ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେବାର ଆଶଙ୍କା ରହିଛି । ଓଡ଼ିଶାରେ  ମଧ୍ୟ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି ଲାଗି ରହିଛି । 

Advertisment

ଆହୁରି ପଢନ୍ତୁ- Doctors Strike 2 Hours No Opd ଆଜି ବି ସାରା ରାଜ୍ୟରେ ଡାକ୍ତରଙ୍କ ୨ ଘଣ୍ଟିଆ ଓପିଡି ବନ୍ଦ, ରୋଗୀ ହନ୍ତସନ୍ତ

ପାଣିପାଗ ବିଭାଗ ଅନୁଯାୟୀ, ଉତ୍ତର ପ୍ରଦେଶ, ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼,  ରାଜସ୍ଥାନ, ବିହାର, ଉତ୍ତରାଖଣ୍ଡ ଏବଂ ଝାଡ଼ଖଣ୍ଡରେ ପ୍ରବଳ ଶୀତ ଅନୁଭୂତ ହେବ। ଏହି ରାଜ୍ୟଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ୨ ରୁ ୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଖସିଯାଇପାରେ। ବିଶେଷ କରି ରାତି ଏବଂ ସକାଳ ସମୟରେ ଥଣ୍ଡା ପବନ ଯୋଗୁଁ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିବ।

ଆହୁରି ପଢନ୍ତୁ- US-Russia Tension: ଦୁନିଆ ଦେଖିବ କି ତୃତୀୟ ବିଶ୍ବଯୁଦ୍ଧ ? ପୁଣି ବଢିଲା ଋଷ ଓ ଆମେରିକା ମଧ୍ୟରେ ଉତ୍ତେଜନା...

ଶୀତ ସହିତ କୁହୁଡ଼ି ମଧ୍ୟ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ପଞ୍ଜାବ, ହରିୟାଣା ଏବଂ ଉତ୍ତର ପ୍ରଦେଶର ଅନେକ ସ୍ଥାନରେ 'ଶୂନ ଦୃଶ୍ୟମାନତା' ରହିବାର ସମ୍ଭାବନା ଅଛି । ଏହାର ସିଧାସଳଖ ପ୍ରଭାବ ଯାତାୟାତ ଉପରେ ପଡ଼ିବ । ଘନ କୁହୁଡ଼ି ଯୋଗୁଁ ଶତାଧିକ ଟ୍ରେନ୍ ବିଳମ୍ବରେ ଚାଲୁଥିବା ବେଳେ ବିମାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇପାରେ। ସଡ଼କ ପଥରେ ଗାଡ଼ି ଚଳାଇବା ବିପଜ୍ଜନକ ହୋଇଥିବାରୁ ପ୍ରଶାସନ ପକ୍ଷରୁ 'ଫଗ୍ ଲାଇଟ୍' ବ୍ୟବହାର କରିବାକୁ ଏବଂ ଗତି ସୀମିତ ରଖିବାକୁ ପରାମର୍ଶ ଦିଆଯାଇଛି।

ଏହି ଅତ୍ୟଧିକ ଶୀତ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ । ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ସମୟରେ ଶ୍ୱାସକ୍ରିୟା ଜନିତ ସମସ୍ୟା, ଥଣ୍ଡା, କାଶ ଏବଂ ଜ୍ୱର ବଢ଼ିଥାଏ। ଛୋଟ ପିଲା ଏବଂ ବୃଦ୍ଧବୃଦ୍ଧାମାନଙ୍କ ପାଇଁ ଏହି ଶୀତ ଘାତକ ହୋଇପାରେ। ହୃଦଘାତ ଏବଂ ରକ୍ତଚାପ ବଢ଼ିବାର ଆଶଙ୍କା ଥିବାରୁ ଏହି ବର୍ଗର ଲୋକଙ୍କୁ ସକାଳେ ଶୀଘ୍ର ବାହାରକୁ ନଯିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ।