ଶୀତରେ ଥରୁଛି ଅଧା ଭାରତ, ଆଗାମୀ ଦିନରେ ଆହୁରି କମିବ ତାପମାତ୍ରା : ଆଇଏମ୍‌ଡି

ନୂଆଦିଲ୍ଲୀ : ଦେଶର ବିଭିନ୍ନ ସ୍ଥାନରେ ଗତ କିଛି ଦିନହେଲା ପ୍ରବଳ ଶୀତ ଅନୁଭୂତ ହେଉଛି । ଆଗାମୀ ଦିନରେ ଶୀତ ଆହୁରି ବଢିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଆଇଏମଡି ପକ୍ଷରୁ କୁହାଯାଇଛି ଯେ ଗତ କିଛି ଦିନ ହେଲା ହିମାଳୟ ପାର୍ବତ୍ୟାଞ୍ଚଳରେ ପ୍ରବଳ ବରଫପାତ ହୋଇଛି । ଏହା ଦ୍ୱାରା ଉତ୍ତର ଭାରତରେ ତାପମାତ୍ରା ହ୍ରାସ ପାଇଛି । ବିଶେଷକରି ପଞ୍ଜାବ,ଦିଲ୍ଲୀ, ହରିୟାଣା, ଜମ୍ମୁ ଓ କଶ୍ମୀର, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଏସବୁ ରାଜ୍ୟରେ ହାରାହାରି ତାପମାତ୍ରା ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି । ଆଗାମୀ ଦିନରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେବ ଓ ହାରାହାରି ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ଏହା ସହିତ ଆସନ୍ତା ୨-୩ ଦିନ ଧରି ଉତ୍ତର, କେନ୍ଦ୍ରୀୟ, ଉତ୍ତର-ପୂର୍ବ ଓ ପୂର୍ବ ଭାରତରେ ପ୍ରବଳ କୁହୁଡ଼ି ମଧ୍ୟ ଦେଖାଯିବ ବୋଲି ଆଇଏମଡି କହିଛି ।

ନିଜର ପାଣିପାଗ ରିପୋର୍ଟରେ ଆଇଏମଡି କହିଛି ଯେ ଆସନ୍ତା ୨୪ ଘଣ୍ଟାରେ ଦିଲ୍ଲୀ,ବିହାର, ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଆଦି ରାଜ୍ୟରେ ପ୍ରବଳ ଥଣ୍ଡା ଜାରି ରହିବ ।

ସମ୍ବନ୍ଧିତ ଖବର