ନୂଆଦିଲ୍ଳୀ: ବୁର୍କିନା ଫାସୋର ବାର୍ସାଲୋଘୋ ସହରରେ ଅଗଷ୍ଟ ମାସରେ ଅଲ-କାଏଦା ଆକ୍ରମଣରେ ପ୍ରାୟ ୬୦୦ ଲୋକଙ୍କର ପ୍ରାଣ ଯାଇଛି ବୋଲି ଶୁକ୍ରବାର ରିପୋର୍ଟ ପ୍ରକାଶ ପାଇଛି। ଗତ ଅଗଷ୍ଟ ୨୪ ତାରିଖରେ ବାର୍ସାଲୋଗୋର ଅନେକ ବାସିନ୍ଦାମାନଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

Advertisment

ଏହି ଆକ୍ରମଣରେ ଅଧିକାଂଶ ପୀଡିତ ମହିଳା ଏବଂ ଶିଶୁ ହୋଇଥିବା ବେଳେ ପଶ୍ଚିମ ଆଫ୍ରିକା ଦେଶର ଇତିହାସରେ ଏହା ସବୁଠାରୁ ଖରାପ ଘଟଣା ଥିଲା। 

ମାଲିରେ ଅବସ୍ଥିତ ତଥା ବୁର୍କିନା ଫାସୋରେ ସକ୍ରିୟ ଥିବା ଅଲ-କାଏଦା ସହଯୋଗୀ ଜାମାଟ୍ ନୁସରତ ଅଲ-ଇସଲାମ ୱାଲ-ମୁସଲିମିନ (ଜେଏନଏମ) ର ସଦସ୍ୟମାନେ ବାଇକ୍ ଯୋଗେ ବାର୍ସାଲୋହୋ ଉପକଣ୍ଠରେ ପଶି ଗ୍ରାମବାସୀଙ୍କୁ ଗୁଳି ଚଳାଇଥିଲେ ବୋଲି ସୂଚନା ରହିଛି।

ସଂଯୁକ୍ତ ରାଷ୍ଟ୍ରର ସୂଚନା ଅନୁସାରେ ଏହି ଆକ୍ରମଣରେ ମୃତ୍ୟୁ ସଂଖ୍ୟା ପ୍ରାୟ ୨୦୦ ହୋଇଥିବା ବେଳେ ଜେଏନଏମ କହିଛି ଯେ ପ୍ରାୟ ୩୦୦ ଯୁଦ୍ଧ ବିମାନକୁ ଧ୍ବଂଶ କରିଛି। ତେବେ, ଫ୍ରାନ୍ସ ସରକାରଙ୍କ ମୂଲ୍ୟାଙ୍କନକୁ ଦର୍ଶାଇ ସିଏନ୍ଏନ୍ ରିପୋର୍ଟ କରିଛି ଯେ ଏହି ଆକ୍ରମଣରେ ୬୦୦ ଜଣଙ୍କର ମୃତ୍ୟୁ ଘଟିଛି।

ଏହି ଘଟଣା ସଂପର୍କରେ ଜଣେ ବ୍ୟକ୍ତି ସିଏନ୍ଏନ୍ କୁ କହିଛନ୍ତି ଯେ ସେ ସକାଳ ପ୍ରାୟ ୧୧ଟା ସମୟରେ ସହରଠାରୁ ୪ କିଲୋମିଟର ଦୂରରେ ଥିବା ଏକ ଖାଲରେ ପ୍ରଥମ ଗୁଳିର ଶବ୍ଦ ଶୁଣିଥିଲେ।

ଏହି ଆକ୍ରମଣରେ ତାଙ୍କ ପରିବାରର ଦୁଇଜଣ ସଦସ୍ୟଙ୍କୁ ହରାଇଥିବା ଅନ୍ୟ ଜଣେ ବଞ୍ଚିଥିବା ବ୍ୟକ୍ତି କହିଛନ୍ତି ଯେ ଜେଏନଏମ ଦିନସାରା ଲୋକଙ୍କୁ ହତ୍ୟା କରିଛି।