ବିଦ୍ୟାଳୟକୁ ଆସୁନାହାନ୍ତି ଶିକ୍ଷକ, ଜିଲ୍ଲାପାଳ ଅଚାନକ ପହଞ୍ଚି ପିଲାଙ୍କୁ ପଢାଇଲେ ପାଠ

ରାୟପୁର: ଘରେ ରହି ଦରମା ନେଉଛନ୍ତି ଶିକ୍ଷକ | ବିଦ୍ୟାଳୟ ଆସିବା ଉଚିତ ମଣୁନାହାନ୍ତି | କିଛି ଏଭଳି ଦୃଶ୍ୟ ଛତିଶଗଡର ଅଧିକାଂଶ ବିଦ୍ୟାଳୟରେ ଦେଖିବାକୁ ମିଳୁଛି | ଆଉ ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ ପରେ ଏନେଇ ଜଣାପଡିଛି | ମିଳିଥିବା ସୂଚନା ମୁତାବକ ଛତିଶଗଡର ସୁରଜପୁର ଜିଲ୍ଲାରେ ଶିକ୍ଷକମାନେ ବିଦ୍ୟାଳୟ ଆସୁନଥିବାର ଜିଲ୍ଲାପାଳଙ୍କ ପାଖରେ ଖବର ପହଞ୍ଚିଥିଲା | ଆଉ ଏହା ପରେ ଜିଲ୍ଲାପାଳ ଇଫଫତ ଆରା କିଛି ସରକାରୀ ବିଦ୍ୟାଳୟଗୁଡ଼ିକ ଅଚାନକ ଯାଞ୍ଚ କରିଥିଲେ | ସେ ବିଦ୍ୟାଳୟରେ ପହଞ୍ଚି ଛାତ୍ର ଓ ଶିକ୍ଷକଙ୍କ ସଂଖ୍ୟା ଏବଂ ଉପସ୍ଥିତି ବିଷୟରେ ପଚାରିଥିଲେ।

ଅନ୍ୟପକ୍ଷରେ, ଶିକ୍ଷକଙ୍କ ଅନୁପସ୍ଥିତି ଦେଖି କଲେକ୍ଟର ପ୍ରଧାନଶିକ୍ଷକଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଶିକ୍ଷକଙ୍କ ୧୦୦ ପ୍ରତିଶତ ଉପସ୍ଥାନ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯଦି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ ରହୁଛି,  ତେବେ ସେମାନଙ୍କୁ ବିଦ୍ୟାଳୟକୁ କିଭଳି ଅଣାଯାଇପାରିବ ସେନେଇ ଅଭିଭାବକଙ୍କୁ ବୁଝାଇବାକୁ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ | ଏହା ସହ ପାଠରେ ପଛୁଆ ଛାତ୍ରମାନଙ୍କ ପାଇଁ ଅତିରିକ୍ତ କ୍ଲାସ୍ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ଇଫଫତ୍ ଆରା ଶିକ୍ଷକଙ୍କ ଅନୁପସ୍ଥିତିରେ ଅସନ୍ତୋଷ ବ୍ୟକ୍ତ କରି ପିଲାମାନଙ୍କୁ ନିଜେ ପାଠ ପଢ଼ାଇଥିଲେ |

ଉଲ୍ଲେଖ ଥାଉ କି ଏହି ଅଚାନକ ପରିଦର୍ଶନ ସମୟରେ ଜିଲ୍ଲାପାଳ ୭ ଜଣ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ | ଯେଉଁ ଶିକ୍ଷକମାନେ ଅନୁପସ୍ଥିତ ଥିଲେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା | ନୋଟିସ ଜାରି ସତ୍ତ୍ୱେ ଏହି ଶିକ୍ଷକମାନେ କୌଣସି ଉତ୍ତର ନ ଦେବାରୁ ଏବେ ସେମାନଙ୍କ ଦରମାକୁ ବନ୍ଦ କରାଯାଇଛି |

ସମ୍ବନ୍ଧିତ ଖବର