କଲେଜ ଛାତ୍ରୀ ସାଜୁଥିଲେ ନେତା ଓ ଅଫିସରଙ୍କ ଶଯ୍ୟା ସଙ୍ଗିନୀ; ଖୁଲାସା କଲେ ସେକ୍ସ ସ୍କାଣ୍ଡାଲ ମାଷ୍ଟର ମାଇଣ୍ଡ ଶ୍ୱେତା

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ଚାଲିଥିବା ସେକ୍ସ ସ୍କାଣ୍ଡାଲର ପର୍ଦ୍ଦାଫାସ୍‌ ହେବା ପରେ ୧୨ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଓ ୮ ରାଜନେତାଙ୍କର ମୁଖା ଖୋଲିଯାଇଛି। ଅନ୍ୟପକ୍ଷରେ ଏହି ସେକ୍ସ ସ୍କାଣ୍ଡାଲର ମାଷ୍ଟର ମାଇଣ୍ଡ ଶ୍ୱେତା ଜୈନ ଏହି ଘଟଣାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ସମ୍ମୁଖରେ ଯେଉଁ ବୟାନ ଦେଇଛି ତାହା ଏବେ ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଛି।

ସେକ୍ସ ସ୍କାଣ୍ଡାଲର ମାଷ୍ଟର ମାଇଣ୍ଡ ଶ୍ୱେତା ସ୍ୱୀକାର କରି କହିଛି ଯେ ସେ ଏହି କାର୍ଯ୍ୟରେ ପ୍ରାୟ ଦୁଇ ଡର୍ଜନରୁ ଅଧିକ କଲେଜ ଛାତ୍ରୀଙ୍କୁ ନିୟୋଜିତ କରିବା ସହ ସେମାନଙ୍କୁ ଏହି ପ୍ରଶାସକ ଓ ରାଜନେତାମାନଙ୍କର ଶଯ୍ୟା ସଙ୍ଗିନୀ ସଜାଇଥିଲା। ଆଉ ଏଇ କଲେଜଛାତ୍ରୀମାନଙ୍କ ସହ ପ୍ରଶାସକ ଓ ରାଜନେତାମାନେ ଯେତେବେଳେ ଯୌନକ୍ରିୟାରେ ଲିପ୍ତ ରହୁଥିଲେ, ସେତେବେଳେ ସେ ଏହାର ଭିଡିଓ ରେକର୍ଡିଂ କରିବା ସହ ପରବର୍ତ୍ତୀ ସମୟରେ ଏହାକୁ ବ୍ଲାକ୍‌ମେଲିଂ ଉଦ୍ଦେଶ୍ୟରେ ବ୍ୟବହାର କରୁଥିଲା।

New Indian Express

ଏଥିପାଇଁ ଆର୍ଥିକ ସ୍ତରରେ ଅସ୍ୱଚ୍ଛଳ ଥିବା କଲେଜ ଛାତ୍ରୀମାନେ ଥିଲେ ଶ୍ୱେତାର ଟାର୍ଗେଟରେ। ସେମାନଙ୍କୁ ବୃତ୍ତି ପ୍ରଦାନ ଓ ଚାକିରିର ପ୍ରଲୋଭନ ଦେଖାଇ ସେ ନିଜ ଜାଲରେ ଫସାଉଥିଲା। ଏବଂ ପରବର୍ତ୍ତୀ ସମୟରେ ତା’ ଜାଲରେ ଫସିଥିବା କଲେଜଛାତ୍ରୀମାନଙ୍କୁ ଦେହ ବ୍ୟବସାୟରେ ଲଗାଉଥିଲା। ଶ୍ୱେତା ଜାଲରେ ଫସିଥିବା ଅନେକ କଲେଜ ଛାତ୍ରୀ ଏସ୍‌ଆଇଟି ଆଗରେ କହିଛନ୍ତି ଯେ ସେମାନେ ସେମାନଙ୍କ ବାପା ବୟସର ଲୋକ ସହ ଶଯ୍ୟାସଙ୍ଗିନୀ ହେବାକୁ ଅଭିଯୁକ୍ତ ଶ୍ୱେତା ସେମାନଙ୍କୁ ବାଧ୍ୟ କରିଥିଲା।

ସେହିପରି ଶ୍ୱେତାର ସେକ୍ସ ସ୍କାଣ୍ଡାଲରେ ଫସିଥିବା ପ୍ରଶାସକ ଓ ରାଜନେତାମାନଙ୍କୁ ବ୍ଲାକ୍‌ମେଲିଂ କରି ସେ ସେମାନଙ୍କ ଜରିଆରେ ହାତଉଥିଲା କୋଟି କୋଟି ଟଙ୍କାର କଣ୍ଟ୍ରାକ୍ଟ। ଏବଂ ବିପୁଳ କମିଶନ ବିନିମୟରେ ସେସବୁକୁ ବିକ୍ରୟ କରୁଥିଲା ବଡ଼ ବଡ଼ କମ୍ପାନିକୁ।

ସମ୍ବନ୍ଧିତ ଖବର