ଟ୍ରେନ୍‌ ଭିତରୁ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ସନ୍ଦେହ

ଅହମ୍ମଦାବାଦ: ଗତ ୪ ତାରିଖରେ ଗୁଜରାଟ କୁଇନ୍‌ ଏକ୍ସପ୍ରେସର ଏକ ବଗିରୁ ଜଣେ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ରେଳବାଇ ପୁଲିସ ଏହାକୁ ଏକ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରିଥିବାବେଳେ ରବିବାର ସ୍ବର ବଦଳାଇଛି ପୁଲିସ। ଛାତ୍ରୀଜଣକ ଟ୍ରେନ୍‌ ଯୋଗେ ସେ ରହୁଥିବା ହଷ୍ଟେଲକୁ ଫେରୁଥିବାବେଳେ ଭଦଦୋରାରେ ତାଙ୍କୁ ଗଣଦୁଷ୍କର୍ମ ହୋଇଥିଲା ବୋଲି ପୁଲିସ କହିଛି। ଛାତ୍ରୀଜଣକ ଏକ ସ୍ବେଚ୍ଛାସେବୀ ସଂଗଠନରେ କାମ କରୁଥିଲେ ଏବଂ ଭଦୋଦରାରେ ଥିବା ଏକ ହଷ୍ଟେଲରେ ରହୁଥିଲେ। ପୁଲିସ ତଦନ୍ତବେଳେ ପୀଡ଼ିତାଙ୍କ ବ୍ୟାଗ୍‌ରୁ ଏକ ଡାଇରୀ ପାଇଥିଲେ।

ସେଥିରେ ସେ ଉଲ୍ଲେଖ କରିଛନ୍ତି, ଘଟଣା ଦିନ ଦୁଇଜଣ ଯୁବକ ତାଙ୍କ ଆଖି ଏବଂ ହାତକୁ ବାନ୍ଧି ଏକ ଅଟୋରିକ୍ସାରେ ଏକ ପରିତ୍ୟକ୍ତ ସ୍ଥାନକୁ ଉଠାଇ ନେଇଥିଲେ। ସେଠାରେ ଜଣେ ବସ୍‌ ଡ୍ରାଇଭରକୁ ଦେଖି ଦୁର୍ବୃତ୍ତମାନେ ପଳାଇଥିଲେ। ପୀଡ଼ିତା ବସ୍‌ ଡ୍ରାଇଭରଙ୍କ ସହାୟତାରେ ଜଣେ ବନ୍ଧୁଙ୍କ ନିକଟରେ ପହଞ୍ଚିଥିଲେ। ତେବେ ତାଙ୍କ ଯୌନ ନିର୍ଯାତନା ଦିଆଯାଇଥିଲା ବା ଗଣ ଦୁଷ୍କର୍ମ ହୋଇଥିଲା ସେ ସମ୍ପର୍କରେ ପୀଡ଼ିତା ଉଲ୍ଲେଖ କରି ନାହାନ୍ତି। ଏଭଳି ସମ୍ବେଦନଶୀଳ ଘଟଣାର ସଠିକ୍‌ ତଦନ୍ତ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ପରେ ଭଦୋଦରା ସିଟି ପୁଲିସ, ଅହମ୍ମଦାବାଦ ସିଟି କ୍ରାଇମ୍‌ ବ୍ରାଞ୍ଚ, ଫରେନ୍‌ସିକ୍‌ ସାଇନ୍ସ ଲାବ, ରେଳବାଇ ପୁଲିସ ଏବଂ ୪୫୦ ସିସିଟିଭି ଫୁଟେଜ୍‌ ଆଧାରରେ ସମ୍ପୂର୍ଣ୍ଣ ଘଟଣାର ହେଉଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପଡ଼ୋଶୀ ରାଜ୍ୟ କର୍ଣ୍ଣାଟକକୁ ମଧ୍ୟ ସ୍ବତନ୍ତ୍ର ଟିମ୍‌ ଯାଇଛନ୍ତି।

ସମ୍ବନ୍ଧିତ ଖବର