ନୂଆଦିଲ୍ଲୀ: ଅଡମିସନ୍ ସମୟରେ କଲେଜ କୌଣସି ଛାତ୍ରଛାତ୍ରୀଙ୍କ ଅରିଜିନାଲ ସାର୍ଟିଫିକେଟ୍କୁ ରଖି ପାରିବ ନାହିଁ। ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ନିକଟରେ ଏଭଳି ଅନେକ ମାମଲା ଆସିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିସହିତ ନିୟମ ମୁତାବକ, ଆଡମିସନ୍ ରଦ୍ଧ କରିବା ଯଦି କଲେଜ ଫିସ୍ ନଫେରାନ୍ତି ତେବେ ଏନେଇ ଜରିମାନା ବି ହୋଇପାରେ।
ମାନବ ବିକାଶ ମନ୍ତ୍ରାଳୟର ମନ୍ତ୍ରୀ ପ୍ରକାଶ ଜାବଦେକରଙ୍କ କହିବାନୁସାରେ, ୟୁଜିସି ଏହି ନିୟମ ବନାଇଛି କି କୌଣସି ବି ଶିକ୍ଷା ଅନୁଷ୍ଠାନ ଛାତ୍ରଛାତ୍ରୀଙ୍କ ସେଲଫ ଆଟେଷ୍ଟେଟ୍ ସାଟିଫିକେଟ ହିଁ ନେବ। କଲେଜ ଅରିଜିନାଲ ଡକ୍ୟୁମେଣ୍ଟ ଦେଖି ଭେରିଫାଏ କରି ପାରିବ। ଭେରିଫାଏ ପରେ ଅରିଜିନାଲ ଡକ୍ୟୁମେଣ୍ଟକୁ ଛାତ୍ରଛାତ୍ରୀଙ୍କୁ ଫେରାଇ ଦେବ। ଆଡମିସନ୍ ହୋଇଗଲେ ମାଇଗ୍ରେସନ୍ ସାର୍ଟିଫିକେଟ୍ ନିଜ ପାଖରେ ରଖି ପାରିବ କଲେଜ।
ଜାବଦେକର ଏହା ବି କହିଛନ୍ତି କି, ଛାତ୍ରଛାତ୍ରୀଙ୍କୁ ଗୋଟିଏ କଲେଜରୁ ଆଡମିସନ୍ ବାତିଲ କରି ଯଦି ଅନ୍ୟ ସ୍ଥାନରେ ଆଡମିସନ୍ ନେବାକୁ ହୁଏ ତେବେ ପ୍ରଥମେ କଲେଜ ଟଙ୍କା .ଫେରସ୍ତ କରୁ ନ ଥିଲା। କିନ୍ତୁ ଏବେ ଏହାକୁ ନେଇ ବି ନିୟମ କରାଯାଇଛି। ଯଦି ଆଡମିସନ୍ ହେବାର ୧୬ଦିନ ମଧ୍ୟରେ କୌଣସି ଛାତ୍ରଛାତ୍ରୀ ତାହାକୁ ବାତିଲ କରୁଛନ୍ତି ତେବେ ୧୦୦ ପ୍ରତିଶତ ଫିସ୍ କଲେଜକୁ ଫେରାଇବାକୁ ହେବ। ସେହିପରି ୧୫ଦିନ ଭିତରେ ଜଣାଇଲେ ୯୦ ପ୍ରତିଶତ ଫେରସ୍ତ ମିଳିବ।