ନୂଆଦିଲ୍ଲୀ: ଭାରତୀୟ ସେନାର କର୍ନେଲ ମନପ୍ରୀତ ସିଂହଙ୍କୁ ମରଣୋତ୍ତର କୀର୍ତ୍ତିଚକ୍ର ମିଳିଛି। ଜମ୍ମୁ କାଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ମନପ୍ରୀତ ସିଂହଙ୍କୁ ଦ୍ବିତୀୟ ସର୍ବୋଚ୍ଚ ଶାନ୍ତି ସମୟର ସାହସିକ ପୁରାସ୍କର ପ୍ରଦାନ କରାଯାଇଛି। ସେହିପରି ଅନ୍ୟ ୩ ଜଣ ଯବାନ ତଥା ରାଇଫଲମ୍ୟାନ୍ ରବି କୁମାର (ମରଣୋତ୍ତର) , ମେଜର ଏମ୍ ରାମ ଗୋପାଳ ନାଇଡୁ (ମରଣୋତ୍ତର) ଏବଂ ଜମ୍ମୁ କାଶ୍ମୀର ଡିଏସ୍ପି ହୁମାୟୁନ ମୁଜ୍ଜାମିଲ ଭଟଙ୍କୁ କୀର୍ତ୍ତିଚକ୍ର ମିଳିଛି। ସ୍ବାଧୀନତା ଦିବସ ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେନା ଏବଂ ସିଏପିଏଫ୍କୁ ମୋଟ୍ ୧୦୩ଟି ଗାଲାଣ୍ଟ୍ରି ଆୱାର୍ଡ (ବୀରତା ପୁରସ୍କାର) ପାଇଁ ସ୍ବୀକୃତି ପ୍ରଦାନ କରିଛନ୍ତି। ୪ଟି କୀର୍ତ୍ତିଚକ୍ର ବାଦ୍ ୧୮ଟି ସୌର୍ଯ୍ୟ ଚକ୍ର (୪ଟି ମରଣୋତ୍ତର), ୬୩ଟି ସେନା ମେଡାଲ୍, ୧୧ଟି ନୌ ସେନା ମେଡାଲ ଏବଂ ୬ଟି ବାୟୁ ସେନା ମେଡାଲ୍ ମିଳିଛି। କର୍ନେଲ ମନପ୍ରୀତ ସିଂହ ୧୯ ରାଷ୍ଟ୍ରୀୟ ରାଇଫଲ୍ସ (ଆର୍ ଆର୍) ର ନେତୃତ୍ବ ନେଇଥିବାବେଳେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିଲେ।
କର୍ନେଲ୍ ମନପ୍ରୀତ ସିଂହଙ୍କୁ ମରଣୋତ୍ତର କୀର୍ତ୍ତିଚକ୍ର: ୧୦୩ଟି ବୀରତା ପୁରସ୍କାର
/sambad/media/post_attachments/wp-content/uploads/2024/08/dgdgdgdg-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)