ନୂଆଦିଲ୍ଲୀ: ଗତକାଲି ମଧ୍ୟ ରାତ୍ରରେ ପାକିସ୍ତାନ ଉପରେ ଆକ୍ରମଣ କରି ଇଟାର ଜବାବ ପଥରରେ ଦେଇଛି ଭାରତୀୟ ସେନା। ବୁଧବାର ସକାଳୁ ଆକ୍ରମଣ ସଂପର୍କରେ ବିସ୍ତୃତରେ ଦୁଇ ମହିଳା ଅଧିକାରୀ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ସେ ଦୁଇ ଜଣ ହେଉଛନ୍ତି କର୍ଣ୍ଣେଲ ସୋଫିଆ କ୍ୟୁରେସି ଓ ୱିଙ୍ଗ କମାଣ୍ଡର ଭ୍ୟୋମିକା ସିଂହ।
ବୈଦେଶିକ ସଚିବ ବିକ୍ରମ ମିସ୍ରୀଙ୍କ ସହ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ଦୁଇ ମହିଳା ଅଧିକାରୀ। ଭାରତୀୟ ନାରୀଙ୍କ ସିନ୍ଦୂର ପୋଛିଥିବା ସୈତାନଙ୍କ ପ୍ରତିଶୋଧର କଥା ସାରା ଦେଶକୁ ଜଣାଇଛନ୍ତି ଦୁଇ ନାରୀ ଅଧିକାରୀ। ଏହାଠାରୁ ବଡ଼ ସମ୍ମାନ ଭାରତୀୟ ନାରୀଙ୍କ ପାଇଁ ଆଉ କ’ଣ ବା ହୋଇପାରେ!
କର୍ଣ୍ଣେଲ ସୋଫିଆ କ୍ୟୁରେସି ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ ‘‘ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧ଟା ୦୫ରୁ ଅପରେସନ ଆରମ୍ଭ ହୋଇଥିବା ବେଳେ ରାତି ୧ଟା ୩୦ ବେଳକୁ ଅର୍ଥାତ ମାତ୍ର ୨୫ ମିନିଟରେ ସରିଯାଇଥିଲା ‘‘ଅପରେସନ ସିନ୍ଦୂ’’। ଅପରେସନରେ ଛାରଖାର ହୋଇଗଲା ଆତଙ୍କୀଙ୍କ ଆଡ୍ଡା । ଆତଙ୍କୀଙ୍କ ୯ଟି ଠିକଣାରେ ଏୟାର ଷ୍ଟ୍ରାଇକ୍ କରି ଶିବିରଙ୍କୁ ଧ୍ବଂସ କରିଦିଆଯାଇଛି।’’
ସେହିପରି ୱିଙ୍ଗ କମାଣ୍ଡର ଭ୍ୟୋମିକା ସିଂହ କହିଛନ୍ତି, ‘‘ପାକିସ୍ତାନ ୩୦ ବର୍ଷ ଭିତରେ ଆତଙ୍କୀ ଫ୍ୟାକ୍ଟ୍ରି ତିଆରି କରିଛି। ମୁଜାଫରାବାଦରେ ଲସ୍କର ତାଲିମ ଶିବିର ଉପରେ ଆକ୍ରମଣ କରି ଉଡାଇ ଦିଆଯାଇଛି । ଆତଙ୍କବାଦୀମାନେ ଏଠାରେ ଟ୍ରେନିଙ୍ଗ୍ ନେଉଥିଲେ । ଏଠାକୁ ଟପ୍ ଆତଙ୍କୀ ନେତାମାନେ ଆସୁଥିଲେ ।’’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/05/07/sqosR0lAzefrVuyzAH9W.jpg)