ନୂଆଦିଲ୍ଲୀ: ହଟିଯିବ କଳାଧଳା ଫଟୋ, ଇଭିଏମରେ ରହିବ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ । ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଗାଇଡଲାଇନ ଆଣିଲେ ନିର୍ବାଚନ କମିଶନ । ନୂଆ ଗାଇଡଲାଇନ ଅନୁସାରେ ଏଣିକି ଇଭିଏମରେ ସମସ୍ତ ପ୍ରାର୍ଥୀଙ୍କର ରଙ୍ଗୀନ ଫଟୋ ରହିବ । ପ୍ରଥମ ଥର ପାଇଁ ଏହି ରଙ୍ଗୀନ ଫଟୋର ବ୍ୟବସ୍ଥା କରାଯିବ । ପୂର୍ବରୁ କଳା-ଧଳା ଫଟୋ ରହୁଥିବା ବେଳେ ବାଲାଟ୍ ପେପରକୁ ଅଧିକ ପାଠ୍ୟ କରିବାକୁ ନିର୍ଦ୍ଦେଶାବଳୀରେ ସଂଶୋଧନ କରାଯାଇଛି । ବିହାରରୁ ପ୍ରଥରେ ଏହି ପରିବର୍ତ୍ତି ନିୟମ ଲାଗୁହେବ । ପରେ ଅନ୍ୟ ରାଜ୍ୟର ନିର୍ବାଚନରେ ଏହି ପ୍ରକ୍ରିୟା ଲାଗୁ ହେବ ।
ଖାଲି ଫଟୋ ନୁହେଁ ପ୍ରାର୍ଥୀଙ୍କ କ୍ରମିକ ସଂଖ୍ୟା ବି ସ୍ପଷ୍ଟ ଭାବେ ପ୍ରଦର୍ଶିତ ହେବ । ତେବେ ଆଉ କିଛି ଦିନ ପରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏହା ପୂର୍ବରୁ ନିର୍ବାଚନ କମିସନ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ବିହାର ନିର୍ବାଚନ ପାଇଁ ଯଦିଓ ତାରିଖ ଘୋଷଣା ହୋଇନି ମାତ୍ର ତା ଆଗରୁ କମିସନ ବିହାରରେ ଏକ ନୂତନ ପରୀକ୍ଷଣ ଆରମ୍ଭ କରୁଛନ୍ତି । ଯାହା ବିହାରରେ ସଫଳ ହେବା ପରେ ଅନ୍ୟ ରାଜ୍ୟରେ ଲାଗୁ କରାଯିବ ।
ଇଭିଏମ୍ ବାଲଟ୍ ପେପରରେ ପୂର୍ବରୁ କଳା ଏବଂ ଧଳା ଫଟୋ ରହୁଥିବା ବେଲେ ଏବେ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ ରହିବ। ନିର୍ବାଚନ କମିସନ ଇଭିଏମ ବାଲଟରେ ପ୍ରାର୍ଥୀଙ୍କ ଫଟୋ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ନୂତନ ନିୟମ ଅନୁସାରେ- ପ୍ରାର୍ଥୀଙ୍କ ମୁହଁ ଏବେ ବାଲଟ୍ ପେପରର ତିନି-ଚତୁର୍ଥାଂଶ ସ୍ଥାନ ଗ୍ରହଣ କରିବ । ଏହା ଭୋଟରଙ୍କ ଚିହ୍ନଟ ପ୍ରକ୍ରିୟାକୁ ସହଜ କରିବ । ଏହା ବ୍ୟତୀତ ସିରିଏଲ୍ ନମ୍ବରକୁ ବି ଏବେ ଅଧିକ ଗୁରୁତ୍ୱ ଦିଆଯିବ। ନିର୍ବାଚନରେ ସ୍ୱଚ୍ଛତା ଆଣିବା ଏବଂ ଭୋଟରଙ୍କ ସୁବିଧା ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/09/17/new-project-5-2025-09-17-18-22-37.jpg)