ଯୋଗୀଙ୍କୁ ଭଉଣୀଙ୍କ ନିବେଦନ : ଘରକୁ ଆସି ମା’କୁ ଥରେ ଦେଖିଯାଅ

ନୂଆଦିଲ୍ଲୀ : ଆସନ୍ତା ୨୫ ତାରିଖରେ ଯୋଗୀ ଆଦିତ୍ୟନାଥ ୨ୟ ଥର ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏଥିପାଇଁ ବ୍ୟାପକ ଆୟୋଜନ କରାଯାଇଛି । ଏହା ପୂର୍ବରୁ ଯୋଗୀଙ୍କୁ ଏକ ଭାବବିହ୍ବଳ ନିବେଦନ କରିଛନ୍ତି ଉତ୍ତରାଖଣ୍ଡରେ ରହୁଥିବା ତାଙ୍କ ଭଉଣୀ ଶଶୀ ସିଂ । ଘରକୁ ଆସି ନିଜ ମା’ଙ୍କୁ ଥରେ ଦେଖିଯିବାକୁ ସେ ନିଜ ଭାଇଙ୍କୁ ନିବେଦନ କରିଛନ୍ତି ।

ଯୋଗୀ ଆଦିତ୍ୟନାଥଙ୍କ ଗାଁ ଉତ୍ତରାଖଣ୍ଡର ପୌରି ଗଡ଼ଓ୍ବାଲ ଜିଲ୍ଲାରେ ଅବସ୍ଥିତ । ସନ୍ୟାସୀ ହେବା ପାଇଁ ୧୮ ବର୍ଷ ବୟସରେ ଘର ତ୍ୟାଗ କରିଥିବା ଯୋଗୀ ଆଦିତ୍ୟନାଥ ପରେ କେବେ ମଧ୍ୟ ଘରକୁ ଫେରିନାହାନ୍ତି । ଘର ତ୍ୟାଗ କରିବା ସମୟରେ ସେ ପରିବାରର କାହାକୁ ଜଣାଇନଥିଲେ ।

ଯୋଗୀଙ୍କ ଉଭଣୀ ଶଶୀ ଉତ୍ତରାଖଣ୍ଡରେ ଥିବା ନିଜ ଗାଁରେ ଏକ ଛୋଟ ଦୋକାନ କରି ପରିବାର ଚଳାନ୍ତି । ଭାଇ ଏକ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ସେ କିପରି ଏକ ଛୋଟ ଦୋକାନ କରି ଚଳୁଛନ୍ତି ସେ ସଂପର୍କରେ ପ୍ରଶ୍ନ କରାଯିବାରୁ ଶଶୀ କହିଛନ୍ତି ଯେ ସେ କିମ୍ବା ତାଙ୍କ ଭାଇ ପରିବାରବାଦରେ ବିଶ୍ବାସ କରନ୍ତି ନାହିଁ । ଭାଇ କହନ୍ତି..ନିଜେ କମାଅ ନିଜେ ଖାଅ ।

ଅନ୍ୟ ଦଳଗୁଡ଼ିକରେ ପରିବାରର ଅନ୍ୟମାନେ ରାଜନୀତିରେ ଯୋଗ ଦିଅନ୍ତି । କିନ୍ତୁ ଆମ ପରିବାର ଏହାକୁ ପସନ୍ଦ କରେନାହିଁ । କାରଣ ଏପରି ହେଲେ ତାହା ବଂଶବାଦ ବା ପରିବାରବାଦରେ ଭାବେ ଧରା ଯିବ ।

ସମ୍ବନ୍ଧିତ ଖବର