ନୂଆଦିଲ୍ଲୀ: ଦେଶର ନିଜସ୍ବ ଜ୍ଞାନକୌଶଳରେ ବିକଶିତ 'ଫେଲୁଦା' ସରଞ୍ଜାମ ଆଉ କିଛି ସପ୍ତାହ ଭିତରେ ଉପଲବ୍ଧ ହୋଇପାରିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଆଶାପ୍ରକଟ କରିଛନ୍ତି। ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇନଥିଲେ ହେଁ ଖୁବ୍ ଶୀଘ୍ର ଏହା ଲୋକଙ୍କ ସେବାରେ ଲାଗିପାରିବ ବୋଲି ସେ କହିଛନ୍ତି। ସୂଚନା ଥାଉ କି, ଏହି ଏଫ୍ଏନ୍ସିଏଏସ୍୯ ଏଡିଟର-ଲିମିଟେଡ୍ ୟୁନିଫର୍ମ ଡିଟେକ୍ସନ୍ ଆସେ ବା ଫେଲୁଦା ହେଉଛି ଗର୍ଭ ପରୀକ୍ଷଣ ତୁଲ୍ୟ ଏକପ୍ରକାର କାଗଜପଟି ପରୀକ୍ଷଣ ସରଞ୍ଜାମ। ଏହାର ବ୍ୟାବସାୟିକ ପ୍ରସ୍ତୁତି ପାଇଁ ଡିସିଜିଆଇ ଅନୁମତି ପ୍ରଦାନ କରିସାରିଛନ୍ତି। ସତ୍ୟଜିତ୍ ରାୟଙ୍କ ପ୍ରସିଦ୍ଧ ଗୁଇନ୍ଦା ଚରିତ୍ର ନାମରେ ନାମିତ ଏହି ସରଞ୍ଜାମ ଟାଟା କ୍ରିସ୍ପର(କ୍ଲଷ୍ଟର୍ଡ ରେଗୁଲାର୍ଲି ଇଣ୍ଟରସ୍ପେସ୍ଡ ସର୍ଟ୍ ପାଲିଣ୍ଡ୍ରୋମିକ୍ ରିପିଟ୍ସ) ଏବଂ ଭାରତୀୟ ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ(ସିଏସ୍ଆଇଆର୍)ର ବଂଶାନୁକ୍ରମିକ ଓ ସମନ୍ବିତ ଜୀବବିଜ୍ଞାନ ପ୍ରତିଷ୍ଠାନ(ଆଇଜିଆଇବି) ଦ୍ବାରା ବିକଶିତ ହୋଇଛି। ମାତ୍ର ୪୫ ମିନିଟ୍ରେ କରୋନା ଭୂତାଣୁର ଅବସ୍ଥିତିକୁ ଠାବ କରାଇ ପାରୁଥିବା ଏହି ପରୀକ୍ଷଣର ମୂଲ୍ୟ ମାତ୍ର ୫୦୦ଟଙ୍କା ଭଳି ସର୍ବନିମ୍ନ ଦର ରହିଛି।
ଖୁବ୍ ଶୀଘ୍ର ଆସିଯିବ କୋଭିଡ୍ ପରୀକ୍ଷଣ ସରଞ୍ଜାମ ‘ଫେଲୁଦା’: ହର୍ଷବର୍ଦ୍ଧନ
/sambad/media/post_attachments/wp-content/uploads/2020/10/harshvardhan-agencies1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)