ନୂଆଦିଲ୍ଲୀ: ରବିବାର ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନଙ୍କ ଭାରତ ଗସ୍ତ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଲିଙ୍ଗନ ଅଭିବାଦନକୁ ସମାଲୋଚନା କରି କଂଗ୍ରେସ ପକ୍ଷରୁ ଛଡ଼ାଯାଇଥିବା ଭିଡିଓ ଚର୍ଚ୍ଛାର ବିଷୟ ହୋଇଛି। ଅପରପକ୍ଷେ, ମୋଦିଙ୍କ ଲୋକପ୍ରିୟତାରେ ଅସହିଷ୍ଣୁ ହୋଇପଡ଼ିଥିବା କଂଗ୍ରେସର ଏପରି ହୀନ ସମୟ ଆସିଛି ବୋଲି ବିଜେବି ଜବାବ ରଖିଛି।
କଂଗ୍ରେସ ଆଜି ନିଜର ଟ୍ଵିଟରରେ ଛାଡ଼ିଥିବା ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି ପୂର୍ବରୁ ବିଭିନ୍ନ ରାଷ୍ଟ୍ରନେତାଙ୍କୁ ସ୍ୱାଗତ ବେଳେ କରିଥିବା ଆଲିଙ୍ଗନକୁ ବ୍ୟଙ୍ଗ କରାଯିବା ସହ ପରିହାସମୂଳକ ବାର୍ତ୍ତା ମଧ୍ୟ ଛଡ଼ାଯାଇଛି। ସେଥି ମଧ୍ୟରୁ ଫାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନ୍ସୁଆ ଓଲାନ୍ଦେଙ୍କ ସହ ମୋଦିଙ୍କ ଆଲିଙ୍ଗନକୁ ‘ଟାଇଟାନିକ୍’, ମେକ୍ସିକୋ ରାଷ୍ଟ୍ରପତି ଏନ୍ରିକ୍ ପେନା ନିଟୋଙ୍କ ସହ ଆଲିଙ୍ଗନକୁ ‘ଲେଟ୍ ମି ଲଭ୍ ୟୁ’ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲିଙ୍ଗନକୁ ‘ଦାଟ୍ ଇଜ୍ ଏନଫ୍’ ବୋଲି ବ୍ୟଙ୍ଗ କରାଯାଇଛି। ସେହିପରି ମୋଦିଙ୍କ କରମର୍ଦ୍ଦନ କି ଆଲିଙ୍ଗନରୁ ବଞ୍ଚିତ ହୋଇଥିବା ଜର୍ମାନ ଚାନ୍ସେଲର ଆଞ୍ଜେଲା ମାର୍କୋସ୍ ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପତ୍ନୀ ଆକି ଆବେଙ୍କ କ୍ଷେତ୍ରରେ ‘ଅକ୍ଓ୍ଵାର୍ଡ’ ବୋଲି ଟିପ୍ପଣୀ ଛଡ଼ାଯାଇଛି। ଏପରି ଭିଡିଓରେ ବ୍ୟଙ୍ଗ ପ୍ରଦର୍ଶନ ମୋଦିଙ୍କ ବିଫଳ ବିଦେଶନୀତିର ନିଦର୍ଶନ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଥିବା ବେଳେ ବିଜେପି ନେତା ବାବୁଲ ସୁପ୍ରିୟ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସମ୍ପ୍ରତି ବିଶ୍ୱର ଜଣେ ପ୍ରମୁଖ ପ୍ରଭାବଶାଳୀ ନେତା ଭାବେ ମୋଦି ପରିଗଣିତ ହେଉଥିବା ବେଳେ ତାଙ୍କ ବିଦେଶ ନୀତି ବିଫଳ ବୋଲି ସେମାନେ ସମାଲୋଚନା କରୁଛନ୍ତି। ଏପରିକି ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଭାରତ ପାଇଁ ଅନେକ ଗୁରୁତ୍ୱ ବହନ କରୁଥିବା ବେଳେ ଏଭଳି ସମୟରେ ଏପରି ଭିଡିଓ ଛାଡ଼ିବା ସେମାନଙ୍କ ଅସହିଷ୍ଣୁତାକୁ ବୁଝାଉଛି ବୋଲି ସୁପ୍ରିୟ କହିଛନ୍ତି।
ଆଲିଙ୍ଗନ ନେଇ କଂଗ୍ରେସର ପରିହାସ
ବିଜେପିର ବିରୋଧ
/sambad/media/post_attachments/wp-content/uploads/2018/01/modi-netanyahu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)