ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ୟୁଜର୍ସଙ୍କ ସୁବିଧା ପାଇଁ ଡାଇରେକ୍ଟ ଟୁ ମୋବାଇଲ ଜ୍ଞାନକୌଶଳ ଆଣିବାକୁ ଯାଉଛନ୍ତି। ଏହା ଦ୍ବାରା ସିଧା ସଳଖ ୟୁଜର୍ସଙ୍କ ମୋବାଇଲରେ ଚ୍ୟାନେଲ ଚାଲିବ। ଏଥିପାଇଁ ଡିଟିଏଚ ଅବା କେବୁଲ ଟିଭି ଲଗାଇବାର ଆବଶ୍ୟକତା ନାହିଁ। ଏହି ଜ୍ଞାନକୌଶଳ ନେଇ ଦୀର୍ଘ ଦିନ ଧରି ଦୂରସଂଚାର ବିଭାଗ(ଡିଓଟି)ର ଟେକ୍ନୋଲୋଜି ଭେଞ୍ଚର ଦୂରସଂଚାର ଇଞ୍ଜିନିୟରିଂ କେନ୍ଦ୍ର(ଟିଇସି) ଦ୍ବାରା କାର୍ଯ୍ୟ ଜାରି ରହିଛି। ଟିଇସି ଡାଇରେକ୍ଟ ଟୁ ମୋବାଇଲ ସମ୍ପର୍କରେ ନିଜର ଚୂଡ଼ାନ୍ତ ଡ୍ରାଫ୍ଟ ଉପସ୍ଥାପନ କରି ସାରିଛି। ଏଥିରେ ଏହି ଶିଳ୍ପ ସହ ଜଡ଼ିତ ‌ବ୍ୟକ୍ତି ବିଶେଷଙ୍କ ମତାମତକୁ ସ୍ଥାନୀତ କରାଯାଇଛି।

Advertisment

ଦେଶରେ ସ୍ମାର୍ଟ ଟିଭିରେ ଚାହିଦା ବଢ଼ିବାରେ ଲାଗିଛି। ସ୍ମାର୍ଟ ଟିଭିରେ ଇଣ୍ଟରନେଟ୍ କନେକସନ ଦ୍ବାରା ୟୁଟ୍ୟୁବ ସହାୟତାରେ ଭିଡ଼ିଓ ଏବଂ ଫିଲ୍ମ ଦେଖାଯାଇ ପାରୁଛି। ତେବେ ଟିଭି ଚ୍ୟାନେଲର ଲାଇଭ୍ ଦେଖା ଯାଇ ପାରୁ ନାହିଁ। ଏହି ସମସ୍ୟାକୁ ଶେଷ କରିବା ପାଇଁ ସରକାର ଏହି ନୂତନ ଜ୍ଞାନକୌଶଳ ଆଣିବାକୁ ଯାଉଛନ୍ତି।

ଏହା ଦ୍ବାରା ବିନା କ‌ୌଣସି ବାହ୍ୟ ଆଣ୍ଟିନା ଅବା ସେଟଅପ୍ ବକ୍ସ ସହାୟତାରେ ମୋବାଇଲରେ ଲାଇଭ୍ ଟିଭି ଦେଖିହେବ। ତେବେ ଏନେଇ ମୋବାଇଲ ହାର୍ଡୱେରରେ ଆବଶ୍ୟକ ପରିବର୍ତ୍ତନ କରାଯିବା ଜରୁରୀ। କାରଣ ପୁରୁଣା ଫୋନରେ ଲାଇଭ୍ ଟିଭି ଚାଲିବ ନାହିଁ। ତେବେ ଏନେଇ ସ୍ମାର୍ଟଫୋନ ନିର୍ମାତା ପ୍ରଶ୍ନ ଉଠାଉଛନ୍ତି। ସେମାନେ କହିଛନ୍ତି ସରକାର ଚରଣବଦ୍ଧ ଭାବେ ଏହାର ପ୍ରଣୟନ କରାଯିବା ଆବଶ୍ୟକ।

ଏନେଇ ଦେଶର ୧୯ ସହରରେ ଏକ ପାଇଲଟ ପ୍ରକଳ୍ପ ଆରମ୍ଭ କରାଯାଇଛି। ଏହାର ପରୀକ୍ଷଣ ଜାରି ରହିଛି। ସମ୍ପ୍ରତି ଦେଶର ୨୨୦ ନିୟୁତ ଘରେ ଟିଭି ଅଛି। ସେହିପରି ଦେଶର ସ୍ମାର୍ଟଫୋନ ୟୁଜର୍ସଙ୍କ ସଂଖ୍ୟା ୮୦୦ ନିୟୁତ ରହିଛି। ସେମାନଙ୍କ ପାଇଁ ଡାଇରେକ୍ଟ ଟୁ ମୋବାଇଲ ବେଶ୍ ଉପଯୋଗୀ ହେବ।