ଝାନ୍ସି: ଗତସୋମବାର ସେନା ଅଧିକାରୀ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ମେଜର ବାଚୱାଲା ରୋହିତଙ୍କୁ ତାଙ୍କର ଅସାଧାରଣ ମାନବିକ ଏବଂ ବୃତ୍ତିଗତ ଦକ୍ଷତା ପାଇଁ ଭୁରିଭୁରି ପ୍ରଶଂସା କରିବା ସହିତ ସମ୍ମାନୀତ ବି କରିଛନ୍ତି।
ନିକଟରେ ମେଜର ରୋହିତ ଝାନ୍ସି ରେଳ ଷ୍ଟେସନରେ ଜରୁରୀକାଳୀନ ପରିସ୍ଥିତିରେ ଜଣେ ଗର୍ଭବତୀ ମହିଳାଙ୍କୁ ସାହାଯ୍ୟ କରି ତାଙ୍କର ସୁରକ୍ଷିତ ଭାବେ ପ୍ରସବ କରାଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେନା ସରକାରୀ 'X' ହ୍ୟାଣ୍ଡେଲରେ ଘଟଣାର ବିବରଣୀ ସେୟାର କରିଛି।
Honouring a selfless service beyond the call of Duty #GeneralUpendraDwivedi, #COAS, today commended Major Bachwala Rohit for demonstrating exceptional professional acumen and selfless commitment beyond the call of duty.
— ADG PI - INDIAN ARMY (@adgpi) July 7, 2025
On 05 Jul 2025, while proceeding on leave from Military… pic.twitter.com/fFpsD54EUS
ଜୁଲାଇ ୫ ତାରିଖରେ ମେଜର ରୋହିତ ଛୁଟିରେ ହାଇଦ୍ରାବାଦ ଯିବା ପାଇଁ ଝାନ୍ସି ରେଳ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିଲେ। ଏହି ସମୟରେ ସେ ଜଣେ ମହିଳାଙ୍କୁ ପ୍ରସବ ଯନ୍ତ୍ରଣାରେ ପୀଡିତ ହୋଇ ହ୍ୱିଲଚେୟାରରୁ ଚଟାଣରେ ପଡ଼ିଯାଇଥିବା ଦେଖିବାକୁ ପାଇଥିଲେ। ସମୟ ବିଳମ୍ବ ନକରି ମେଜର ତୁରନ୍ତ ପ୍ଲାଟଫର୍ମରେ ଉପଲବ୍ଧ ଥିବା ଜିନିଷ ଯେମିତି କି ଏକ ଗାମୁଛା, ଛୁରୀ ଏବଂ କେଶ କ୍ଲିପ୍ ବ୍ୟବହାର କରି ମହିଳାଙ୍କର ସୁରକ୍ଷିତ ଭାବେ ଜରୁରୀକାଳୀନ ପ୍ରସବ କରାଇଥିଲେ।
ତାଙ୍କର ଉପସ୍ଥିତ ବୁଦ୍ଧି ଏବଂ ଚିକିତ୍ସା ବିଶେଷଜ୍ଞତା ମା’ ଏବଂ ନବଜାତ ଶିଶୁର ଜୀବନ ରକ୍ଷା କରି ପାରିଥିଲା। ବାଚୱାଲା ରୋହିତଙ୍କ ଏହି ମହାନ କାର୍ଯ୍ୟକୁ ପ୍ରଶଂସା କରି, ମେଜର ନବଜାତ ଶିଶୁକୁ ଧରିଥିବାର ଏକ ଫଟୋ ସେନା କରିଛି। ସେନା ଏହି ଘଟଣାକୁ ନିସ୍ୱାର୍ଥପର ସେବାର ପ୍ରତୀକ ଭାବରେ ବର୍ଣ୍ଣନା କରିଛି।