ଏଲୋପ୍ୟାଥିକ୍‌ ବିରୋଧରେ ମନ୍ତବ୍ୟ ମାମଲା: ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହେଲେ ରାମଦେବ

ନୂଆଦିଲ୍ଲୀ: ଏଲୋପ୍ୟାଥିକ୍‌ ବିରୋଧରେ ମନ୍ତବ୍ୟ ମାମଲାରେ ଯୋଗ ଗୁରୁ ରାମଦେବ ବାବା ସୁପ୍ରିମକୋର୍ଟଙ୍କ ଆଶ୍ରୟ ନେଇଛନ୍ତି। ଏଲୋପ୍ୟାଥିକ୍‌ ବିରୋଧରେ ବାବା ଦେଇଥିବା ଟିପ୍ପଣୀକୁ ନେଇ ବିଭିନ୍ନ ରାଜ୍ୟରେ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ କରାଯାଇଛି। ଏହି ଏଫ୍ଆଇଆର୍‌ ଉପରେ କାର୍ଯ୍ୟା‌ନୁଷ୍ଠାନ ଗ୍ରହଣ କରା ନଯିବା ପାଇଁ ବାବା ସର୍ବୋଚ୍ ନ୍ୟାୟାଳୟରେ ଆବେଦନ କରିଛନ୍ତି। ଆବେଦନରେ ବାବା ରାମଦେବ ପାଟନାର ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌ ଏବଂ ରାୟପୁର ଶାଖା ପକ୍ଷରୁ ହୋଇଥିବା ଏଫ୍‌ଆଇଆର୍‌ ରୋକ ଲଗାଇବା ଏବଂ ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ରାମଦେବ ଏଲୋପ୍ୟାଥିକ୍‌ କୋଭିଡ୍‌ ପାଇଁ ପ୍ରଭାବଶୂନ୍ୟ ବୋଲି ମନ୍ତବ୍ୟ ଦେଇଥିଲେ। ଏହାପରେ ତାଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର