ନୂଆଦିଲ୍ଲୀ: ଦେଶର ତୈଳ ଓ ରନ୍ଧନ ଗ୍ୟାସ (ଏଲପିଜି) ମାର୍କେଟିଂ କମ୍ପାନିଗୁଡିକ ଆଜି (ମଙ୍ଗଳବାର) ଘୋଷଣା କରିଛନ୍ତି ଯେ ୧୯ କିଲୋଗ୍ରାମର ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ଦେଶରେ ସିଲିଣ୍ଡର ପିଛା ୧୨୨ ଟଙ୍କା ହ୍ରାସ କରାଯାଇଛି। ଏହି ଘୋଷଣା ପରେ ଏବେ ଦିଲ୍ଲୀରେ ଏକ ସିଲିଣ୍ଡରର ମୂଲ୍ୟ ୧୫୯୫.୫୦ ରୁ ୧୪୭୩.୫୦କୁ ହ୍ରାସ କରାଯାଇଛି। ଏହି ସମୟରେ ମୁମ୍ବାଇରେ, ମୂଲ୍ୟ ସିଲିଣ୍ଡର ପିଛା ୧୫୪୫ରୁ ୧୪୨୨.୫୦ ହୋଇଛି।
ତେବେ, ଘରୋଇ ଗ୍ୟାସ୍ ସିଲିଣ୍ଡର ବ୍ୟବହାରକାରୀଙ୍କ ପାଇଁ ମୂଲ୍ୟରେ କୌଣସି ପ୍ରକାରର ପରିବର୍ତ୍ତନ ହୋଇନାହିଁ। ଘରୋଇ କ୍ଷେତ୍ରରେ ବ୍ୟବହୃତ ହେଉଥିବା ୧୪.୨ କିଲୋଗ୍ରାମ ସିଲିଣ୍ଡର ବ୍ୟବହାରକାରୀଙ୍କ ପାଇଁ ସିଲିଣ୍ଡର ମୂଲ୍ୟରେ କୌଣସି ମୂଲ୍ୟ ହ୍ରାସ ଘୋଷଣା କରାଯାଇ ନାହିଁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/LPG.jpg)