ନୂଆଦିଲ୍ଲୀ : ଜୁନ ୧ରୁ ଦେଶରେ ବ୍ୟବସାୟିକ ସିଲିଣ୍ଡର ମୂଲ୍ୟ ୮୩ ଟଙ୍କା ହ୍ରାସ ପାଇଛି । ଏହାଫଳରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ସିଲିଣ୍ଡର ଦରରୁ ସରକାର ଆଶ୍ୱସ୍ତି ଦେଇଛନ୍ତି।
ତେବେ ଏହି ଆଶ୍ବସ୍ତି ସାଧାରଣ ଲୋକଙ୍କୁ ନୁହେଁ ବରଂ କ୍ଷୁଦ୍ର ଦୋକାନୀ ଓ ହୋଟେଲ ମାଲିକଙ୍କୁ ଦିଆଯାଇଛି । କାରଣ ଏହି ହ୍ରାସ କେବଳ ୧୯ କେଜି ବ୍ୟବସାୟିକ ସିଲିଣ୍ଡରରେ କରାଯାଇଛି। ଜୁନ୍ ପହିଲାରୁ ଏହି ନୂଆ ଦର ଲାଗୁ ହୋଇଛି । ଦିଲ୍ଲୀରେ ବାଣିଜ୍ୟିକ ସିଲିଣ୍ଡର ୮୩.୫ ଟଙ୍କା କମିବା ପରେ ୧୭୭୩ ଟଙ୍କା ହୋଇଛି ।
ଅନ୍ୟପକ୍ଷରେ ସାଧାରଣ ଖାଉଟିଙ୍କ ଦୈନନ୍ଦିନ ଜୀବନରେ ଏକ ଜରୁରୀ ଅଂଗ ପାଲଟିଥିବା ଘରୋଇ ଏଲପିଜି ସିଲିଣ୍ଡର ଦର ଏବେ ବି ମହଙ୍ଗା ରହିଛି । ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ରହିଥିବାବେ​ଳେ ଦର କେବେ କମିବ ସେ ନେଇ ସରକାର କିମ୍ବା ତେଲ କମ୍ପାନିମାନଙ୍କଠାରୁ କୌଣସି ସୂଚନା ମିଳିନାହିଁ । ମେ ୧, ୨୦୨୩ରେ ଦିଲ୍ଲୀରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୧୦୩ ଟଙ୍କା ଥିଲା ଏବଂ ଆଜି ବି ଏହା ସମାନ ଦରରେ ଉପଲବ୍ଧ ହେଉଛି । ସେହିପରି ଭୁବନେଶ୍ବରରେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ୧୧୩୦ଟଙ୍କା ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/WhatsApp-Image-2023-06-01-at-16.51.35.jpeg)