ନୂଆଦିଲ୍ଲୀ: କମିଲା ଗ୍ୟାସ ଦର । ବଜେଟ ପୂର୍ବରୁ ଗ୍ରାହକଙ୍କ ପାଇଁ ଖୁସି ଖବର । ୭ ଟଙ୍କା କମିଲା କମର୍ସିଆଲ ଗ୍ୟାସ୍ ଦର । ତେବେ ଅନ୍ଦାଜ ଇଣ୍ଡିଆନ ଅଏଲ କର୍ପୋରେସନ ୱେବସାଇଟ ଅନୁଯାୟୀ, ୧୯ କେଜି କମର୍ସିଆଲ୍‌  LPG ସିଲିଣ୍ଡର ଦାମ୍‌ ୭ ଟଙ୍କା କମିଛି । ଆଜି ସକାଳ ୬ଟାରୁ ନୂଆ ଦର ଲାଗୁ ହୋଇଛି ।

Advertisment

ଅଏଲ୍‌ ମାର୍କେଟିଂ କମ୍ପାନୀ ଗୁଡ଼ିକ ଆଜିଠୁ ଏହି ଦର ହ୍ରାସ ନେଇ ଘୋଷଣା କରିଛନ୍ତି । ଦାମ୍‌ ହ୍ରାସ ପରେ ରାଜଧାନୀ ଦିଲ୍ଲୀରେ ୧୯ କେଜି କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ ଏବେ ୧୭୯୭ ଟଙ୍କା ହୋଇଛି । ନୂଆ ଦର ଲାଗୁ ହେବାପରେ କୋଲକାତାରେ କମର୍ସିଆଲ ସିଲିଣ୍ଡର ପିଛା ୧୯୦୭ ଟଙ୍କା, ମୁମ୍ବାଇରେ ୧୭,୪୯ଟଙ୍କା ୫୦ ପଇସା ଓ ଚେନ୍ନାଇରେ ୧୯୫୯ ଟଙ୍କା ୫୦ ପଇସା ହୋଇଛି।

ସେପଟେ ବଜେଟରେ କେଉଁ ବିଭାଗକୁ ମିଳିବ କେତେ ଟଙ୍କା ସେ ନେଇ ସମସ୍ତେ ଆଶାବାଦୀ ଅଛନ୍ତି । ଏଥିସହ ନିର୍ମଳାଙ୍କ ପେଡି ଉପରେ ନଜର ରହିଛି । ନିର୍ମଳା ଏଥର ଜନସାଧାରଣଙ୍କୁ ଖୁସି କରାଉଛନ୍ତି କି ନାହିଁ ସେ ନେଇ ଚର୍ଚ୍ଚା ଜୋର ଧରିଛି ।