ଆତ୍ମଘାତୀ ବିସ୍ଫୋରଣ କରି ମହିଳାଙ୍କୁ ହତ୍ୟା

କୋଝିକୋଡ଼: କେରଳର ୟାୟନାଦ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ମାଛ ଧରିବା ପାଇଁ ବ୍ୟବହାର ହେଉଥିବା ବିସ୍ଫୋରକ ଦ୍ୱାରା ଜଣେ ବ୍ୟକ୍ତି ବିସ୍ଫୋରଣ ଘଟାଇ ନିଜକୁ ଏବଂ ଜଣେ ମହିଳାଙ୍କୁ ହତ୍ୟା କରିଛି। ପୁଲିସ୍‌ର ସୂଚନା ଅନୁଯାୟୀ, ୪୮ ବର୍ଷୀୟ ପେରିଙ୍ଗଟଲ ବେନ୍ନି ନାମକ ବ୍ୟକ୍ତି ଶୁକ୍ରବାର ଅପରାହ୍ନରେ ନାଇକ୍କଟ୍ଟି ନିକଟରେ ଥିବା ୩୮ ବର୍ଷୀୟା ଅମ୍‌ଲାଙ୍କ ଘରକୁ ଆସିଥିଲା। ବେନ୍ନି ଅମ୍‌ଲାଙ୍କୁ ଭିଡି ଧରି ବିସ୍ଫୋରଣ ଘଟାଇଥିଲେ। ଏଥିରେ ଦୁହିଁଙ୍କ ଶରୀର ଖଣ୍ଡଖଣ୍ଡ ହୋଇଯାଇଛି। ଅମ୍‌ଲାଙ୍କ ସ୍ୱାମୀ ଏଲ୍‌ବନା ନାଜାର ଏବଂ ବେନ୍ନି ମଧ୍ୟରେ ପାରିବାରିକ ସମ୍ପର୍କ ରହିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର