ଆତଙ୍କବାଦକୁ ଆଦୌ ସହିବୁ ନାହିଁ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ବିଶ୍ୱରେ ଏମିତି କୌଣସି ଗୋଟିଏ ଦେଶ ଥିବ ଯିଏ କି ଆତଙ୍କବାଦ ବିରୋଧରେ ଲମ୍ବା ସମୟ ଧରି ଲଢେଇ କରୁଛି | ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଆତଙ୍କବାଦ ବିରୋଧରେ କେବେ ବି ସହନଶୀଳ ନୀତି ଆପଣେଇବେ ନାହିଁ | ଶାହା କହିଛନ୍ତି ଯେ ଆତଙ୍କବାଦକୁ ସମାପ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଜମ୍ମୁକାଶ୍ମୀରରୁ ଅନୁଛେଦ ୩୭୦କୁ ହଟାଇ ଦେଇଛନ୍ତି |

ଦେଶ ଓ କଶ୍ମୀରକୁ ସୁରକ୍ଷିତ କରିବା ପାଇଁ ଏଭଳି ଏକ ବଡ ପଦକ୍ଷେପ ନିଆଯାଇଛି | ଗୃହ ମନ୍ତ୍ରୀ କହିଛନ୍ତି ୩୭୦ ହଟାଇବା ଦ୍ୱାରା ଜମ୍ମୁକାଶ୍ମୀରରେ ସମ୍ପୂର୍ଣ୍ଣ ଭାବରେ ଶାନ୍ତି ସ୍ଥାପିତ କରିହେବ |

ଏନଏସଜିର ସ୍ଥାପନ ଦିବସ ଅବସରରେ ଶାହା କହିଛନ୍ତି ଯେ ଏନଏସଜି ଏକ ସ୍ୱତନ୍ତ୍ର ଫୋର୍ସ ହୋଇଥିବାବେଳେ ଏନଏସଜିର ବୀର ଯୋଦ୍ଧାଙ୍କ ପାଇଁ ସେ ଗର୍ବିତ | ଏନଏସଜି କମାଣ୍ଡରମାନଙ୍କୁ ବର୍ତ୍ତମାନ ଯାଏଁ ତିନି ଥର ଅଶୋକ ଚକ୍ର, ଦୁଇ ଥର କୀର୍ତ୍ତି ଚକ୍ର ଓ ଚାରି ଥର ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କରାଯାଇଛି | ଏହା ହିଁ ପ୍ରମାଣିତ କରୁଛି ଯେ ଦେଶର ସୁରକ୍ଷାରେ ଏମାନଙ୍କର କେତେ ବଡ ଯୋଗଦାନ ରହିଛି |

ସମ୍ବନ୍ଧିତ ଖବର