ନୂଆଦିଲ୍ଲୀ : ଗୋଆରେ ଅନୁଷ୍ଠିତ ହେବ ଭାରତର ୪୯ ତମ ଅନ୍ତର୍ଜାତୀୟ ଚଳଚିତ୍ର ମହୋତ୍ସବ। ୨୦୧୮ ମସିହାର ଏହି ମହୋତ୍ସବରେ ପ୍ରଦର୍ଶିତ ହେବାକୁ ଥିବା ଚଳଚିତ୍ର ମନୋନୀତ କରିବାପାଇଁ ଚୟନ କମିଟି ଗଠନ ହୋଇଛି। ଫିଲ୍ମ ନିର୍ଦ୍ଦେଶକ ଏବଂ ସ୍କ୍ରିନ୍ରାଇଟର ରାହୁଲ ରାୱେଲ୍ଙ୍କ ନେତୃତ୍ବରେ ଗଠିତ ଏକ ୧୩ ଜଣିଆ ସଦସ୍ୟ ବିଶିଷ୍ଟ ଚୟନ କମିଟି ନ୍ତର୍ଜାତୀୟ ଚଳଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବାକୁ ଥିବା ଫିଲ୍ମ ଗୁଡ଼ିକୁ ଚୟନ କରିଛନ୍ତି। ସମୁଦାୟ ୨୨ଟି ଫିଚର ଫିଲ୍ମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବାପାଇଁ ମନୋନୀତ କରାଯାଇଛି। ଶାଜି ଏନ୍ କରୁଣଙ୍କ ନିେର୍ଦ୍ଦଶନାରେ ପ୍ରସ୍ତୁତ ହୋଇଥିବା ମଲୟଲମ୍ ଫିଲ୍ମ ‘ଓଲୁ’ ୨୦୧୮ ଭାରତୀୟ ପାନୋରମାର ଓପନିଙ୍ଗ୍ ଫିଚର ଫିଲ୍ମ୍ ଭାବେ ମନୋନୀତ ହୋଇଛି। ରାଜଦୀପ ପଲ୍ ଏବଂ ସର୍ମିଷ୍ଠା ମୈତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଫିଲ୍ମ ‘ମଲାଇ’ ମଧ୍ୟ ଏହି ଚଳଚିତ୍ର ମହୋତ୍ସବ ପାଇଁ ମନୋନୀତ ହୋଇଛି।
୪୯ତମ ଅନ୍ତର୍ଜାତୀୟ ଚଳଚିତ୍ର ମହୋତ୍ସବ : ଗଠନ ହେଲା ଚୟନ କମିଟି
/sambad/media/post_attachments/wp-content/uploads/2018/11/film.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)