ନୂଆଦିଲ୍ଲୀ : ପ୍ରବାସୀ ଶ୍ରମିକ ପ୍ରବଣ ଜିଲ୍ଲାଗୁଡ଼ିକର ଚୟନ ପାଇଁ କମିଟି ଗଠନ କରାଯାଉ। ଆଜି ରାଜ୍ୟସଭାରେ ବିଜେଡି ସାଂସଦ ସୁବାସ ଚନ୍ଦ୍ର ସିଂହ ଏହି ଦାବି କରିଛନ୍ତି। ଏଥିସହିତ ମନରେଗା ଶ୍ରମିକମାନଙ୍କୁ ୧୦୦ ଦିନରୁ ୨୦୦ ଦିନ କାର୍ଯ୍ୟ ଯୋଗାଇ ଦେବା ସହିତ ଦୈନିକ ମଜୁରୀ ୩୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ସେ କେନ୍ଦ୍ର ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାର ତିନୋଟି ଜିଲ୍ଲା ଯଥା: ବଲାଙ୍ଗୀର, ନୂଆପଡ଼ା, ଓ ବରଗଡ଼ରେ ମନରେଗା ଯୋଜନାରେ ଶ୍ରମିକମାନଙ୍କର କାର୍ଯ୍ୟ ଦିବସକୁ ୧୦୦ରୁ ୨୦୦ ଦିନ ବୃଦ୍ଧି କରାଯାଇଛି। ଏଥିସହିତ, ଦୈନିକ ୩୦୦ ଟଙ୍କାର ପାରିଶ୍ରମିକ ବ୍ୟବସ୍ଥା କରାଯାଇଛି। କେବଳ ଏତିକି ନୁହେଁ ରାଜ୍ୟ ସରକାରଙ୍କ ଦ୍ୱାରା ୫୦୦ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପ୍ୟାକେଜର ମଞ୍ଜୁରି ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି।
‘ପ୍ରବାସୀ ଶ୍ରମିକଙ୍କ ଚୟନ ପାଇଁ କମିଟି ହେଉ’
/sambad/media/post_attachments/wp-content/uploads/2020/05/labours.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)