ସ୍ପୁଟନିକ୍‌-ଭି ଟିକା ବ୍ୟବହାର ପାଇଁ କମିଟିର ସୁପାରିସ

ନୂଆଦିଲ୍ଲୀ : ଭାରତରେ ରୁଷୀୟ ଟିକା ‘ସ୍ପୁଟନିକ୍‌-ଭି’କୁ ଜରୁରୀକାଳୀନ ବ୍ୟବହାର ପାଇଁ ସୋମବାର କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସ୍‌ସିଓ)ର ବିଶେଷଜ୍ଞ କମିଟି (ଏସ୍‌ଇସି) ଆଜି ସୁପାରିସ କରିଛି। ବିଶେଷଜ୍ଞ କମିଟିର ଏହି ସୁପାରିସ ପରେ ଭାରତୀୟ ଭେଷଜ ମହାନିୟନ୍ତ୍ରକ (ଡିସିଜିଆଇ) ଖୁବ୍‌ଶୀଘ୍ର ମଞ୍ଜୁରି ପ୍ରଦାନ କରିବ ବୋଲି ରୁଷିଆ ଆଶାବ୍ୟକ୍ତ କରିଛି। ଏହା ହେଲେ ଭାରତରେ କୋଭିସିଲ୍‌ଡ ଓ କୋଭାକ୍ସିନ୍‌ ପରେ ତୃତୀୟ କୋଭିଡ୍‌ ଟିକା ଭାବେ ଗଣଟିକାକରଣରେ ସ୍ପୁଟନିକ୍‌-ଭି ସାମିଲ ହୋଇପାରିବ। ଦେଶର ଅନେକ ରାଜ୍ୟରେ ଏବେ କୋଭିଡ୍‌ ଟିକାର ଅଭାବ ରହିଛି। ଏଭଳି ସ୍ଥିତିରେ ସ୍ପୁଟନିକ୍‌-ଭି ଟିକାର ବ୍ୟବହାର ପାଇଁ ମଞ୍ଜୁରି ମିଳିଲେ ଲୋକଙ୍କୁ ଟିକା ଯୋଗାଇବାରେ ସରକାର କିଛି ମାତ୍ରାରେ ଆଶ୍ବସ୍ତ ହେବେ।

ସମ୍ବନ୍ଧିତ ଖବର